ନୂଆଦିଲ୍ଲୀ: ଇଣ୍ଟର୍ନେଟ୍ରେ ଆପଣ ବିଭିନ୍ନ ପ୍ରକାରର ଭିଡିଓ ଦେଖିଥିବେ। କେବେ କିଛି ମଜାଦାର ଭିଡିଓ ଦେଖି ହସିଥିବେ ତ କେବେ କିଛି ଭାବପ୍ରବଣତା ଭିଡ଼ିଓ ଦେଖି ଲୁହ ଝରାଇଥିବେ। ମାତ୍ର ଆମେ ଆଜି ଦେଖାଇବୁ ଏକ ପ୍ରେରଣାଦାୟକ ଭିଡିଓ। ଭିଡିଓରେ କିପରି ଜଣେ ଯୁବକ ଜଣେ ବୃଦ୍ଧାଙ୍କୁ ସହାୟତାର ହାତ ବଢ଼ାଇ ତାଙ୍କ ଜୀବନ ବଦଳାଇ ଦେଉଛନ୍ତି।
ଆଇଏଏସ୍ ଅଧିକାରୀ ଅଶ୍ବିନୀ ସରଣ ଭିଡିଓଟିକୁ ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ସେୟାର କରିଛନ୍ତି। ଭିଡିଓଟି ସେୟାର କରି ସେ ତାହାର କ୍ୟାପ୍ସନ୍ରେ ମାନବିକତା ବୋଲି ଲେଖିଛନ୍ତି।
Humanity.🙏🙏🙏 pic.twitter.com/NUZTGEB6Cp
— Awanish Sharan (@AwanishSharan) October 18, 2022
ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ୭୫ ବର୍ଷୀୟା ବୃଦ୍ଧା ରାସ୍ତାରୁ ଅଳିଆ ଉଠଉଛନ୍ତି। ସେ ଅଳିଆ ଉଠାଉଥିବା ବେଳେ ଜଣେ ଯୁବକ ତାଙ୍କୁ ମାଉସୀ କ’ଣ କରୁଛ ବୋଲି ପ୍ରଶ୍ନ କରୁଛନ୍ତି। ବୃଦ୍ଧା ଜଣକ କହୁଥିବାର ଶୁଣିବାକୁ ମିଳୁଛନ୍ତି ଯେ ଏହାକୁ ନେଇ ସେ ବିକ୍ରି କରିବେ।
ତାପରେ ଯୁବକ ଜଣକ ତାଙ୍କୁ ନିଜ ଗାଡ଼ିରେ ବସାଇ ନେଇ ଯାଉଛନ୍ତି। ବୃଦ୍ଧାଙ୍କୁ ତାଙ୍କ ଘର ପର୍ଯ୍ୟନ୍ତ ଗାଡ଼ିରେ ନେଉଛନ୍ତି। ତାଙ୍କର ଆବଶ୍ୟକୀୟ ସାମଗ୍ରୀ ସବୁ ଯୁବକ ଜଣକ କିଣାଇ ଦେଉଛନ୍ତି। ତାପରେ ସେ ତାଙ୍କୁ ଏକ ଠେଲା କିଣି ସେଥିରେ ପରିବା ରଖି ପରିବା ବିକ୍ରି କରିବାର ସବୁ ପ୍ରକାରର ବନ୍ଦୋବସ୍ତ କରି ଦେଉଛନ୍ତି।
ଭିଡିଓଟିକୁ ସୋସିଆଲ୍ ମିଡିଆରେ ବହୁ ଗ୍ରହଣୀୟତା ମିଳିଛି। ଯୁବକଙ୍କ ଏହି ମହତ କାର୍ଯ୍ୟ ପାଇଁ ଅନେକ ଲୋକ ତାଙ୍କୁ ପ୍ରଶଂସା କରିଛନ୍ତି।