ନୂଆଦିଲ୍ଲୀ: ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ଅୱନିଶ ଶରଣ ପ୍ରାୟତଃ ଆକର୍ଷଣୀୟ ପୋଷ୍ଟ ସେୟାର କରିଥାଆନ୍ତି। ନିକଟରେ ଅୱନିଶ ଟୁଇଟରରେ ଜଣେ ୨୨ବର୍ଷୀୟ ଯୁବତୀଙ୍କ ଭିଡିଓ ସେୟାର କରିଛନ୍ତି। ଏହି ଯୁବତୀ ଜଣକ ସଡ଼କ ଦୁର୍ଘଟଣାକୁ ଅଟକାଇବା ପାଇଁ ରାସ୍ତାରେ ଯାଉଥିବା ସାଇକେଲ ଚାଳକଙ୍କୁ ଅଟକାଇ ତାଙ୍କ ସାଇକେଲରେ ସେଫ୍ଟି ଲାଇଟ ଲାଗାଉଥିବା ଦେଖିବାକୁ ମିଳୁଛି।
ଲକ୍ଷ୍ମୌର ଖୁସି ପାଣ୍ଡେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ଅଜାଙ୍କୁ ହରାଇ ଦେଇଛନ୍ତି। ତାଙ୍କ ଅଜା ସାଇକେଲ ଚଲାଇ ଘରକୁ ଫେରୁଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ କାର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଖୁସିଙ୍କ ଅଜାଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ତେଣୁ ସଡ଼କ ଦୁର୍ଘଟଣାକୁ ଅଟକାଇବା ପାଇଁ ଖୁସି ଏଯାବତ ସାଇକେଲରେ ୧୫୦୦ ମାଗଣା ସେଫ୍ଟି ଲାଇଟ ଲାଗାଇ ସାରିଛନ୍ତି।
ଅଜାଙ୍କ ମୃତ୍ୟୁ ପରେ ଖୁସିଙ୍କୁ ସହରର ମୁଖ୍ୟ ରାସ୍ତାମାନଙ୍କରେ ଏକ ପୋଷ୍ଟର ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଥାଏ। ଯେଉଁଥିରେ ‘ସାଇକେଲରେ ସେଫ୍ଟି ଲାଇଟ ଲଗାନ୍ତୁ’ ବୋଲି ଲେଖାଥିବା ଦେଖିବାକୁ ମିଳିଥାଏ।
ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ଖୁସିଙ୍କ ଏଭଳି ଏକ ପ୍ରାୟାସ ବାସ୍ତବରେ ପ୍ରଶଂସଯୋଗ୍ୟ ବୋଲି ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି। ଖୁସିଙ୍କ ଭଳି ଆଉ ଜଣେ ହେଉଛି ରାଘବେନ୍ଦ୍ର କୁମାର। ରାଘବେନ୍ଦ୍ରଙ୍କୁ ଲୋକେ ହେଲମେଟ ମ୍ୟାନ ବୋଲି ଜାଣିଛନ୍ତି।
ରାଘବେନ୍ଦ୍ର କାର ଚଲାଉଥିବା ବେଳେ ହେଲମେଟ ପିନ୍ଧିଥାଆନ୍ତି। ଏଥିସହିତ ରାସ୍ତାରେ ସେ ଯେଉଁ ବାଇକ ଚାଳକଙ୍କୁ ହେଲମେଟ ପିନ୍ଧି ନଥିବା ଦେଖନ୍ତି, ତାଙ୍କୁ ଅଟକାଇ ମାଗଣାରେ ହେଲମଟ ପ୍ରଦାନ କରିଥାଆନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/୪-2.jpg)