ଲକ୍‌ଡାଉନ୍‌ ସମୟରେ ୮୦୦ ଲୋକଙ୍କୁ ଚାକିରି ଯୋଗାଇ ଚର୍ଚ୍ଚାରେ ଏହି ଆଇଏଏସ୍‌ ଅଧିକ‌ାରୀ

ଲକ୍ଷ୍ନୌ: ଲକ୍‌ଡାଉନ୍‌ରେ ଘରେ ରହି ରହି ଅନେକ ଲୋକ ସମୟକୁ ନଷ୍ଟ କରି ପକାଉଥିବା ବେଳେ ସମୟର ଭରପୂର ଫାଇଦା ଉଠାଇଛନ୍ତି ଉତ୍ତରପ୍ରଦେଶର ଜଣେ ଆଇଏଏସ୍‌ ଅଧିକାରୀ। ଏହି ଅଧିକାରୀ ଜଣକ ଏକ ପୁରୁଣା ନଦୀକୁ ପୁନରୁଦ୍ଧାର କରିବା ସହ ପ୍ରାୟ ୮୦୦ ଲୋକଙ୍କୁ ଜୀବିକା ଅର୍ଜନର ପନ୍ଥା ଯୋଗାଇ ଦେଇଛନ୍ତି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଉତ୍ତରପ୍ରଦେଶସ୍ଥିତ ବାରବାଙ୍କୀ ଜିଲ୍ଲାର ମାଭାଇୟା ଗାଁର ପ୍ରାୟ ୮୦୦ ପରିବାର ଲକ୍‌ଡାଉନ୍‌ ହେତୁ ନିଜର ଜୀବିକା ଅର୍ଜନର ପନ୍ଥା ହରାଇଥିଲେ। ସେହି ସମୟରେ ସମସ୍ତଙ୍କ ପାଇଁ ଈଶ୍ବର ପରି ଛିଡ଼ା ହୋଇଥିଲେ ଜିଲ୍ଳା ମାଜିଷ୍ଟ୍ରେଟ୍‌ ଆଦର୍ଶ ସିଂହ। ସେ ସେହି ଗ୍ରାମରେ ଥିବା ଏକ ନଦୀକୁ ନେଇ ଏକ ନୂଆ ପ୍ରକଳ୍ପ ଆରମ୍ଭ କରିବାରୁ ପେଟ ପୋଷିବାର ବାଟ ଖୋଜି ପାଇଥି‌ଲେ ଅନେକ ନିଃସହାୟ ବ୍ୟକ୍ତି।

ମହାତ୍ମା ଗାନ୍ଧୀ ନେସ୍‌ନାଲ୍‌ ରୁରାଲ୍‌ ଏମ୍ପ୍ଲଏମେଣ୍ଟ୍‌ ଗ୍ୟାରେଣ୍ଟି ସ୍କିମ୍‌ ଅଧୀନରେ ହେଉଥିବା ଏହି ନଦୀ ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ୫୯ ଲକ୍ଷରୁ ଊର୍ଧ୍ବ ଟଙ୍କାର ବଜେଟ୍‌ ରଖାଯାଇଛି।

ଅନେକ ଦିନ ହେବ ଶୁଖିଲା ପଡ଼ିଥିବା ଏହି କଲ୍ୟାଣୀ ନଦୀର ପୁନରୁଦ୍ଧାର ହେଲେ ଅନେକ ‌ଚାଷୀ ମଧ୍ୟ ଉପକୃତ ହେବେ। ଏହି ନଦୀର ପୁନରୁଦ୍ଧାର କାର୍ଯ୍ୟ ପାଇଁ ଗତ ବର୍ଷ ଜିଲ୍ଲା ପ୍ରଶାସନ ଚିନ୍ତା କରିଥି‌ଲେ ବି ମାନବ ଶକ୍ତିର ଅଭାବ ହେତୁ ଏହା ହୋଇ ପାରି ନଥିଲା।

ସମ୍ବନ୍ଧିତ ଖବର