ପୁରୁଷଙ୍କୁ ଫୁଟବଲ ଖେଳିବାକୁ କାହିଁକି ଭଲ ଲାଗେ ? ଉତ୍ତର ଦେଇ ଆଇଏଏସ ପାଇଲେ ଏହି ଯୁବତୀ

ଡେରାଡୁନ: ୟୁପିଏସସି ୨୦୧୮ରେ ୯୭ ରାଙ୍କ ପାଇଥିବା ଡେରାଡୁନର ହିମାଦ୍ରୀ କୌଶିକ ସାକ୍ଷାତକାରରେ କେଉଁ ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ ତାହା ଆଜି ଆମେ ଆପଣଙ୍କୁ କହିବୁ | ଏହି ପ୍ରଶ୍ନର ସଠିକ ତଥା ନିଜ ବୁଦ୍ଧି ବଳରେ ଉତ୍ତର ଦେଇ ସେ ବିଚାରକମାନଙ୍କୁ ପ୍ରଭାବିତ କରିପାରିଥିଲେ | ହିମାଦ୍ରୀଙ୍କ କହିବା କଥା ସାକ୍ଷାତକାର ପାଇଁ ବିଚାରକ ଦେଖନ୍ତି ଆପଣଙ୍କ ଆତ୍ମବିଶ୍ୱାସ କେତେ ରହିଛି | ତାଙ୍କୁ ବିଚାରକ ପ୍ରଶ୍ନ କରିଥିଲେ ଯେ ଆପଣଙ୍କ ରୁଚି ଫୁଟଵଲ ଖେଳିବା ବୋଲି ଆପଣ ଲେଖିଛନ୍ତି, ଏହାତ ପୁରୁଷ ମାନେ ଖେଳନ୍ତି |

Photo-Indiatoday

ହିମାଦ୍ରୀ ଅଳ୍ପ ହସି ଉତ୍ତର ଦେଇଥିଲେ ଯେ ‘ସାର ମତେ ତ ପସନ୍ଦ’ | ହିମାଦ୍ରୀଙ୍କ ଉତ୍ତର ଶୁଣି ବିଚାରକ ହସିବା ସହ ତାଙ୍କୁ ଚୟନ କରିଥିଲେ | ଏଠାରେ ସୂଚନା ଥାଉ କି ହିମାଦ୍ରୀ, ୨ୟ ଥର ପ୍ରଚେଷ୍ଟାରେ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିଥିଲେ |

ହିମାଦ୍ରୀ ଦଶମରେ ୯୮.୭ ପ୍ରତିଶତ ଓ ଯୁକ୍ତ ୨ ରେ ୯୭.୩ ପ୍ରତିଶତ ମାର୍କ ହାସଲ କରିଥିଲେ | ଅର୍ଥନୀତି ସବୁବେଳେ ହିମାଦ୍ରୀଙ୍କର ପ୍ରିୟ ବିଷୟ ଥିବାବେଳେ ଯୁକ୍ତ ଦୁଇ ପରେ ସେ କେମିକାଲ ଇଂଜିନିୟରିଂ କୋର୍ସ କରିବା ସହ ଅର୍ଥନୀତିରେ ଏମଏସସି କରିଥିଲେ |

ସମ୍ବନ୍ଧିତ ଖବର