ନୂଆଦିଲ୍ଲୀ: ଲୋକସେବା ଆୟୋଗ(ୟୁପିଏସସି) ପରୀକ୍ଷାରେ ପାସ କରିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ରହିଥାଏ। ଏହି ସ୍ୱପ୍ନକୁ ସାକାର କରିବା ପାଇଁ ସେମାନେ କଠିନ ପରିଶ୍ରମ କରନ୍ତି, ଘଣ୍ଟା ଘଣ୍ଟା ଅଧ୍ୟୟନ କରନ୍ତି ଏବଂ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତି। ତଥାପି, ପ୍ରତିବର୍ଷ କେବଳ ଅଳ୍ପ କିଛି ପିଲା ୟୁପିଏସସି ପରୀକ୍ଷା ପାସ୍ କରିବାକୁ ସକ୍ଷମ ହୁଅନ୍ତି। ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଅନେକ ଅଧିକାରୀମାନେ ଏହି ପଦବୀରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ ସହିତ ସଂଘର୍ଷ ଏବଂ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଅନେକ ମହିଳା ଅଧିକାରୀଙ୍କ ପ୍ରେରଣାଦାୟକ ଯାତ୍ରା ବିଷୟରେ ଆମେ ଆପଣଙ୍କୁ ଜଣାଇଥିବା ବେଳେ ଆଜି ଆମେ ଆଇଏଏସ୍ ସବିତାଙ୍କ ସଂଘର୍ଷମୟ ଜୀବନ ବିଷୟରେ ଜଣାଇବୁ। ୧୬ବର୍ଷ ବୟସରେ ବିବାହ, ୨୧ବର୍ଷ ବୟସରେ ନିର୍ଯାତନାର ଶିକାର ହୋଇ ଶାଶୁଘର ଛାଡ଼ିବାଠାରୁ ଆରମ୍ଭ କରି ଆଇଏଏସ୍ ହେବା ପର୍ଯ୍ୟନ୍ତ ସେ କେଉଁ ସବୁ ସମସ୍ୟାର ସାମ୍ନା କରିଥିଲେ, ତାହା ଆମେ ଆପଣଙ୍କୁ ଜଣାଇବୁ।
news18ଆଇଏଏସ୍ ଅଧିକାରୀ ସବିତା ପ୍ରଧାନ ମଧ୍ୟପ୍ରଦେଶର ମଣ୍ଡି ଜିଲ୍ଲାର ବାସିନ୍ଦା। ଏକ ଆଦିବାସୀ ପରିବାରରେ ଜନ୍ମ ହୋଇଥିବା ସବିତାଙ୍କ ଘରର ଆର୍ଥିକ ଅବସ୍ଥା ଭଲ ନଥିଲା। ହେଲେ ବହୁ କଷ୍ଟରେ ସେ ୧୦ମ ପରୀକ୍ଷା ପାସ୍ କରିଥିଲେ। ଦଶମ ପରେ ସେ ଅଧ୍ୟୟନ କରିବାକୁ ଚାହୁଁଥିଲେ, ହେଲେ ଭଲ ଘରୁ ବିବାହ ପ୍ରସ୍ତାବ ଆସିବାରୁ ତାଙ୍କର ଏହି ଇଚ୍ଛା ମରିଯାଇଥିଲା। ପରେ ସବିତାଙ୍କ ଶଶୁର କହିଥିଲେ ବିବାହ ପରେ ଝିଅକୁ ଆମେ ଡାକ୍ତର କରାଇବାକୁ। ସେ ବୋହୂ ନୁହେଁ, ଆମ ଝିଅ ଭଳି ରହିବ। ଶଶୁରଙ୍କ କଥାରେ ଖୁସି ହୋଇ ୧୬ବର୍ଷ ବୟସରେ ସବିତା ବିବାହ କରିବାକୁ ରାଜି ହୋଇଥିଲେ। ହେଲେ ବିବାହ ପରେ ଶାଶୁଘର ଲୋକ ସବିତାଙ୍କୁ ପାଠ ପଢ଼ିବାକୁ ଅନୁମତି ଦେଇ ନଥିଲେ। ସ୍ବାମୀ ମାଡ଼ ମାରିବା ସହ ତାଙ୍କୁ ଠିକ ଭାବରେ ଖାଇବାକୁ ଦିଆଯାଉ ନଥିଲା। ୨୧ବର୍ଷ ବୟସରେ ସବିତା ୨ଟି ସନ୍ତାନର ମା’ ବନି ସାରିଥିଲେ ବି ତାଙ୍କ ଉପରେ ଅତ୍ୟାଚର କମ ହେଉନଥିଲା। ପ୍ରତିଦିନ ହେଉଥିବା ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ସେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ।
aajtakଦିନେ ସେ ଜୀବନ ହାରିବା ପାଇଁ ବେକରେ ଓଢ଼ଣି ଗୁଡ଼ାଉଥିବା ବେଳେ ତାଙ୍କ ଶାଶୁ ତାଙ୍କୁ ଦେଖି ମଧ୍ୟ ଅଟକାଇ ନଥିଲେ। ଏହା ଦେଖି ଏଭଳି ହୃଦୟହୀନ ଲୋକଙ୍କ ପାଇଁ ଜୀବନ ହାରିବି ନାହିଁ ବୋଲି ମନସ୍ଥ କରିଥିଲେ ସବିତା। ୨ସନ୍ତାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରି ସେ ଶାଶୁ ଘର ଛାଡ଼ିବା ସହ ନିଜ ପଢ଼ିବାର ଇଚ୍ଛାକୁ ପୁଣି ଥରେ ଜାଗ୍ରତ କରିଥିଲେ।
୨ଟି ସନ୍ତାନଙ୍କୁ ଚଳାଇବା ପାଇଁ ସେ ଏକ ବିୟୁଟି ପାର୍ଲରରେ କାମ କରିବା ସହ ଇନ୍ଦୋର ବିଶ୍ୱବିଦ୍ୟାଳୟରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ ମାଷ୍ଟର ଡିଗ୍ରି ହାସଲ କଲେ ଏବଂ ତା’ପରେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ୨୦୧୭ରେ ପ୍ରଥମ ପ୍ରଚେଷ୍ଟାରେ ସେ ୟୁପିଏସସି ପରୀକ୍ଷା ପାସ୍ କରି ଆଇଏଏସ୍ ହୋଇଥିଲେ। ପ୍ରଥମ ବିବାହ ବିଫଳ ହେବା ପରେ ଏବେ ସେ ଡିଜିଟାଲ କ୍ରିଏଟର ହର୍ଷ ରାଏ ଗୌଡଙ୍କୁ ଦ୍ବିତୀୟ ବିବାହ କରିଛନ୍ତି।
news18/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/ସ-4.jpg)