ପାଟ୍ନା: ବିହାରର ଜଣେ ଶିକ୍ଷୟିତ୍ରୀଙ୍କ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ଶିକ୍ଷୟିତ୍ରୀ ଜଣକ ଯେଉଁ ଶୈଳୀରେ ତାଙ୍କ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଉଛନ୍ତି ତାହା ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି। ସେ ଏକ ଗୀତରେ ନାଚି ନାଚି ପିଲାମାନଙ୍କୁ ପାଠ ପଢ଼ାଉଥିବାର ଭିଡିଓରେ ଦେଖିବାକୁ ମିଳିଛି।
ଏହି ଭିଡିଓଟିକୁ ନିଜ ଟ୍ବିଟର୍ ଆକାଉଣ୍ଟ୍ରେ ସେୟାର କରିଛନ୍ତି ଆଇଏଏସ୍ ଦୀପକ କୁମାର ସିଂହ। ସେ ଭିଡିଓ ସେୟାର କରି ଲେଖିଛନ୍ତି କି ‘ତୁମେ କ’ଣ ପଢାଉଛ ତାହା କେବଳ ଗୁରତ୍ବପୂର୍ଣ୍ଣ ନୁହେଁ। ପିଲା କେତେ ଶିଖୁଛନ୍ତି ତାହା ବେଶି ଗୁରୁତ୍ବପୂର୍ଣ୍ଣ।’ ସେ ଶିକ୍ଷୟିତ୍ରୀଙ୍କର ଏହି ପ୍ରକାରର ପାଠ ପଢ଼ା ଶୈଳୀକୁ ପ୍ରଶଂସା କରି ପିଲାମାନଙ୍କ ମୁହଁରେ ଦିଶୁଥିବା ହସକୁ ଥରେ ଦେଖନ୍ତୁ ବୋଲି ଲେଖିଛନ୍ତି।
Because it’s not only what you teach, but how you do it and how much of it is understood by students also that matters!
Sample this. A teacher in Bihar’s Banka teaching her students. Look at the smiles on the faces of students! Tells you the whole story! pic.twitter.com/pEuvp1UA5M
— Dipak Kumar Singh (@DipakKrIAS) November 23, 2022
ଭିିଡିଓଟି ବି ସୋସିଆଲ୍ ମିଡିଆରେ ଖୁବ୍ ଲୋକପ୍ରିୟତା ସାଉଁଟିବାରେ ଲାଗିଛି। ଏହି ଭିଡିଓଟିକୁ ଦେଖି କେବଳ ଆଇଏଏସ୍ ନୁହଁନ୍ତି, ଅନେକ ବ୍ୟବହାରକାରୀ ଭଲ ଭଲ କମେଣ୍ଟ୍ ଦେଇଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ମହିଳା ଶିକ୍ଷକଙ୍କ ପ୍ରଚେଷ୍ଟା ପ୍ରସଂଶାଯୋଗ୍ୟ। ମାତ୍ର ଗୁଣବତ୍ତା ପାଠ ପଢ଼ାର ଭିଡିଓ ବି ସାମ୍ନାକୁ ଅସିବା ଦରକାର।’ ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏପରି ଭିଡିଓ ଭାଇରାଲ୍ ହେବାରେ ଏବେ ଏକ ଟ୍ରେଣ୍ଡ୍ ଚାଲିଛି।’
ଭିଡିଓରେ ମହିଳା ଜଣକ ଗୀତ ଗାଇ ନାଚି ନାଚି ପାଠ ପଢାଉଥିବା ବେଳେ ତାଙ୍କ ଛାତ୍ରଛାତ୍ରୀମାନେ ବି ତାଙ୍କୁ ସହଯୋଗ କରୁଛନ୍ତି।