କୌଣସି ଘରୋଇ ସ୍କୁଲରେ ନୁହେଁ, ଅଙ୍ଗନବାଡ଼ିରେ ପଢ଼ୁଛନ୍ତି ଏହି କଲେକ୍ଟରଙ୍କ ଝିଅ ! ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ସାଧାରଣ ଭାବେ ସବୁ ମାତା-ପିତା ନିଜ ନିଜର ପିଲାମାନଙ୍କୁ ଭଲ ଭଲ ସ୍କୁଲ କଲେଜରେ ପାଠ ପଢ଼ାଇ ବଡ଼ ମଣିଷ କରାଇବାକୁ ଚାହିଁଥାନ୍ତି । ଏବେ ଦେଖିବାକୁ ଗଲେ ଘରୋଇ ସ୍କୁଲ- କଲେଜରେ ମିଳୁଥିବା ସୁବିଧା ପାଇଁ ମାତା-ପିତାମାନେ ସରକାରୀ ସ୍କୁଲରେ ପଢ଼ାଇବା ଅପେକ୍ଷା ଘରୋଇ ସ୍କୁଲରେ ପଢ଼ାଇବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି ।

କିଛି ମାତା-ପିତା ଘରୋଇ ସ୍କୁଲର ଖର୍ଚ୍ଚ ଉଠାଇ ପାରୁ ନଥିବାରୁ ସେମାନଙ୍କ ପିଲାମାନଙ୍କୁ ସରକାରୀ ସ୍କୁଲରେ ପଢ଼ାଇଥାନ୍ତି । କିନ୍ତୁ ଜଣେ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ସେଭଳି କରିବା କ’ଣ ଦରକାର?ତାମିଲନାଡୁର ତିରୁନେଲବେଲୀର ଜିଲ୍ଲା ମାଜିଷ୍ଟ୍ରେଟ୍‌ ଶିଳ୍ପା ପ୍ରଭାକର ସତୀଶ କିଛି ସେଭଳି କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଅଧିକ ଟଙ୍କା ଆୟ କରି ମଧ୍ୟ ଶିଳ୍ପା ନିଜ ଝିଅର ନାଁ କୌଣସି ଘରୋଇ ସ୍କୁଲରେ ନ ଲେଖାଇ ଅଙ୍ଗନବାଡ଼ିରେ ଲେଖାଇଥିବା ଜଣାପଡ଼ିଛି । ୨୦୦୯ ଆଇଏଏସ୍‌ ଅଫିସର ବ୍ୟାଚ୍‌ର ଶିଳ୍ପା ଜଲ୍ଲାର ପ୍ରଥମ ମହିଳା କଲେକ୍ଟର ହୋଇଥିବା ବେଳେ ନିଜ ଝିଅକୁ ଅଙ୍ଗନବାଡ଼ିରେ ପଢ଼ାଉଥିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

The Indian Express

ଏ ନେଇ ତାଙ୍କୁ ପ୍ରଶ୍ନ କରାଯିବା ପରେ,ସରକାର ହିଁ ଅଙ୍ଗବାଡ଼ିକୁ ଆଗକୁ ନେବା ପାଇଁ ପ୍ରୋତ୍ସାହିତ କରୁଛନ୍ତି । ଅଙ୍ଗନବାଡ଼ି ବିକାଶ କେନ୍ଦ୍ର ହୋଇଥିବା ବେଳେ ପିଲାମାନଙ୍କ ସ୍ୱାସ୍ଥ୍ୟପ୍ରତି ମଧ୍ୟ ଏଠାରେ ଧ୍ୟାନ ଦିଆ ଯାଇଥାଏ । ଆମ ଅଙ୍ଗନବାଡ଼ିରେ ସବୁ ପ୍ରକାରର ସୁବିଧା ରହିଛି । ମୋ ଘର ପାଖରେ ଗୋଟେ ଅଙ୍ଗନବାଡ଼ କେନ୍ଦ୍ର ରହିଛି । ମୋ ଝିଅ ସେଠାରେ ପଢ଼ିବା ସହ ସମାଜର ସବୁ ବର୍ଗର ପିଲାମାନଙ୍କ ସହ ମିଶି ପାରୁଛି ବୋଲି କହିଥିଲେ ଶିଳ୍ପାା ଏହା ସହ ତାଙ୍କ ଝିଅ ଖୁବ୍‌ ଶୀଘ୍ର ତାମିଲ ଭାଷା ଶିଖୁ ବୋଲି ସେ ଇଚ୍ଛା ଜାହିର କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର