ମୁମ୍ବାଇ: ସୋସିଆଲ୍ ମିଡିଆରେ କିଛି ଆଇଏଏସ୍ ଅଧିକାରୀ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ତାହା ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ହେଉ କିମ୍ବା ବୃତ୍ତିଗତ ଜୀବନକୁ ନେଇ ହେଉ। ସେମାନଙ୍କ ସହ ଜଡ଼ିତ କିଛି ନା କିଛି ସବୁବେଳେ ଭାଇରାଲ୍ ହେଉଥାଏ। କିଛି ଦିନ ତଳେ ଆପଣ ଆଇଏଏସ୍ ଟିନା ଡାବିଙ୍କ ମାର୍କସିଟ୍ ଭାଇରାଲ୍ ହେବା ଖବର ଶୁଣିଥିବେ। ଏବେ ସେପରି ଆଉ ଏକ ଘଟଣା ଘଟିଛି।
ଏବେ ଆଇଏଏସ୍ ସୃଷ୍ଟି ଦେଶମୁଖଙ୍କ ମାର୍କସିଟ୍ ଭାଇରାଲ୍ ହୋଇଛି। ତେବେ ଚାଲନ୍ତୁ ଜାଣିବା ଦେଶରେ ଶ୍ରେଷ୍ଠ ପଦରେ ଅବତୀର୍ଣ୍ଣ ହୋଇଥିବା ଏହି ଅଧିକାରୀଙ୍କ ଶିକ୍ଷା କ୍ଷେତ୍ରରେ ପ୍ରଦର୍ଶନ କିପରି ରହିଛି।
ଆଇଏଏସ୍ ସୃ୍ଷ୍ଟି ଦେଶମୁଖଙ୍କର କିଛି ଭିଡିଓ ସୋସିଆଲ୍ ମିଡିଆରେ ଅଧିକାଂଶ ସମୟରେ ଭାଇରାଲ୍ ହୋଇଥାଏ। ଏହି କାରଣରୁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ମାତ୍ର ଏଥର ସେ ଚର୍ଚ୍ଚାରେ ଅଛନ୍ତି ନିଜର ଦଶମ ଓ ଦ୍ବାଦଶ ଶ୍ରେଣୀର ମାର୍କସିଟ୍କୁ ନେଇ। ଜାଣିବାକୁ ମିଳିଛି ଯେ ସୃଷ୍ଟି ଦଶମ ବୋର୍ଡରେ ୧୦ ସିଜିପିଏ ସହ ପାସ୍ ହୋଇଥିବା ବେଳେ ଦ୍ବାଦଶରେ ତାଙ୍କର ୯୩.୨ ପ୍ରତିଶତ ନମ୍ବର ଥିଲା।
ଆଇଏଏସ୍ ସୃଷ୍ଟି ଦେଶମୁଖ ହେଉଛନ୍ତି ୨୦୧୮ ବ୍ୟାଚ୍ର ଆଇଏଏସ୍। ସେ ଭାରତରେ ଅଷ୍ଟମ ରାଙ୍କ୍ ଅଧିକାର କରିଥିଲେ। ସେ ନିକଟ ଅତୀତରେ ଆଇଏଏସ୍ ନାଗାର୍ଜୁନଙ୍କୁ ବିବାହ କରିଛନ୍ତି। ସେ ସବୁବେଳେ ସୋସିଆଲ୍ ମିଡିଆରେ ସକ୍ରିୟ ରହିଥାନ୍ତି ଓ ତାଙ୍କୁ ଲକ୍ଷ ଲକ୍ଷ ଲୋକ ଫଲୋ କରିଥାନ୍ତି।
ତେବେ କେବଳ ସୃଷ୍ଟି ଦେଶମୁଖ ନୁହନ୍ତି, ଆଇଏଏସ୍ ଟିନା ଡାବି, ଅଶ୍ବିନୀ ସରଣ ଆଦିଙ୍କର ବି ମାର୍କସିଟ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବାର ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/iigp8o6g_-ias-srishti-jayant-deshmukh_625x300_26_September_22.jpg)