ଏର୍ଣ୍ଣାକୁଲମ: ଝିଅ ପାଇଁ କୁଲିରୁ ଆଇଏଏସ୍ ହେଲେ ଶ୍ରୀନାଥ। ଷ୍ଟେସନ ୱାଇ-ଫାଇ ବ୍ୟବହାର କରି ପଢ଼ିଥିଲେ ପାଠ। ଶ୍ରୀନାଥ କେରଳର ଏର୍ଣ୍ଣାକୁଲମ ରେଳ ଷ୍ଟେସନରେ କୁଲି ଭାବରେ କାମ କରୁଥିଲେ। କୁଲି ହୋଇ ସେ ତାଙ୍କ ଝିଅକୁ ଭଲ ଶିକ୍ଷା ଦେବେ ଏବଂ ପାଠ ପଢ଼ାଇ ବଡ଼ ଚାକିରି କରିବାକୁ ଯୋଗ୍ୟ କରାଇବେ ବୋଲି ଭାବିଥିଲେ। ହେଲେ କିଛି ଦିନ ମଧ୍ୟରେ, ସେ ଅନୁଭବ କଲେ ଯେ କୁଲି ହୋଇ କରୁଥିବା ରୋଜଗାର ସହିତ ତାଙ୍କର ଏହି ସ୍ୱପ୍ନ ପୂରା ହୋଇପାରିବ ନାହିଁ। ଏହା ପରେ ସେ ୟୁପିଏସସି ପାଇଁ ପ୍ରସ୍ତୁତି କରିବା ଆରମ୍ଭ କଲେ। କୁଲିରୁ ଆଇଏଏସ୍ ହେବା ଏତେ ସହଜ ନଥିଲା। ପାଖରେ କୋଚିଂ ପାଇଁ ଟଙ୍କା ନଥିବାରୁ ସେ ଷ୍ଟେସନର ମାଗଣା ୱାଇ-ଫାଇ ବ୍ୟବହାର କରିଥିଲେ ଏବଂ ଦିନରାତି କୁଲି ଭାବରେ କାମ କରିବା ସହିତ ଅଧ୍ୟୟନ କରିଥିଲେ। ଶେଷରେ ତାଙ୍କର କଠିନ ପରିଶ୍ରମର ଫଳ ତାଙ୍କୁ ମିଳିଥିଲା ଏବଂ ସେ ଆଇଏଏସ୍ ହୋଇଥିଲେ।
ତେବେ ଆଇଏଏସ୍ ହେବା ପୂର୍ବରୁ ସେ କେରଳ ପିସିଏସ ପାଇଁ ପ୍ରସ୍ତୁତ ହୋଇଥିଲେ ଏବଂ ଏଥିରେ ସଫଳ ହୋଇଥିଲେ। ଏହା ପରେ, ସେ ଚାକିରିରେ ଥିବାବେଳେ ୟୁପିଏସସି ପାଇଁ ପ୍ରସ୍ତୁତି କରିବା ଆରମ୍ଭ କରିଥିଲେ। ୩ଥର ପ୍ରୟାସ କରିଥିଲେ ବି ତାଙ୍କୁ ସଫଳତା ମିଳିନଥିଲା। ତଥାପି ସେ ନିରାଶ ନହୋଇ କଠିନ ପରିଶ୍ରମ ଜାରି ରଖିଥିଲେ। ଶେଷରେ ତାଙ୍କର ଚେଷ୍ଟା ଫଳପ୍ରଦ ହେଲା ଏବଂ ସେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇଏଏସ୍ ହୋଇଥିଲେ।