ନିଜ ବିବାହରେ ଖୁସିରେ ଝୁମିଲେ ଟିନା ଡାବି, ନୃତ୍ୟ ସମୟର ଭିଡିଓ ଭାଇରାଲ୍‌

ଜୟପୁର: ବହୁଚର୍ଚ୍ଚିତ ଆଇଏଏସ୍‌ ଯୋଡ଼ି ଟିନା ଡାବି ଓ ପ୍ରଦୀପ ଗୱାଣ୍ଡେ ପ୍ରେମୀରୁ ପତି-ପତ୍ନୀ ବନି ସାରିଛନ୍ତି। ଏବେ ଟିନା ଡାବିଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଭାଇରାଲ୍‌ ଭିଡିଓରେ ଟିନା ନିଜ ବିବାହରେ ନୃତ୍ୟ ପ୍ରଦର୍ଶନ କରୁଥିବାର ନଜର ଆସିଛି। ଭିଡିଓରେ ଟିନାଙ୍କ ମେହେନ୍ଦୀ, ସଂଗୀତ ଓ ବିବାହର ଝଲକ ଦେଖିବାକୁ ମିଳିଛି।

ଟିନା ତାଙ୍କ ସ୍ବତନ୍ତ୍ର ଦିନରେ ନିଜ ଭଉଣୀ ଓ କିଛି ବାନ୍ଧବୀଙ୍କ ସହ ମିଶି ନୃତ୍ୟ ପ୍ରଦର୍ଶନ କରୁଛନ୍ତି।  ଏହି ସମୟର ଭିଡିଓକୁ ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର କରିଛନ୍ତି ଟିନା ଡାବିଙ୍କ ଭଉଣୀ ରିୟା ଡାବି। ପୂର୍ବରୁ ରିୟା ଟିନା ଓ ପ୍ରଦୀପ ଗ‌ୱାଣ୍ଡେଙ୍କ ନିର୍ବନ୍ଧ ବେଳର ଫଟୋ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ସେୟାର କରିଥିଲେ।

ଉଭୟ ଟିନା ଓ ପ୍ରଦୀପ ତାଙ୍କ ବିବାହ ସମୟରେ ଧଳା ରଂଗର ପୋଷାକ ପିନ୍ଧିଥିଲେ। ଧଳା ରଂଗର ପୋଷାକ ପିନ୍ଧିଥିବା ବେଳେ ଗୋଲାପୀ ଓ ଧଳା ରଂଗର ଜୟମାଳା ପକାଇଥିବା ଫଟୋରେ ଦେଖିବାକୁ ମିଳିଥିଲା।

 

 

View this post on Instagram

 

A post shared by Ria Dabi (@ria.dabi)

ଉଲ୍ଲେଖଯୋଗ୍ୟ, ନିଜର ପ୍ରଥମ ସ୍ବାମୀ ଆଇଏଏସ୍ ଅଥର ଖାନଙ୍କୁ ଛାଡ଼ପତ୍ର ଦେବା ପରେ ଦ୍ବିତୀୟ ଥର ପାଇଁ ୨୦୧୩ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିଛନ୍ତି ଟିନା ଡାବି। ପ୍ରଦୀପ ତାଙ୍କ ପରି ଅନୁସୂଚୀତ ଜାତି ‌ଶ୍ରେଣୀର। ତାଙ୍କ ମାଆଙ୍କ ପରି ପ୍ରଦୀପ ବି ଜଣେ ମରାଠୀ।  ଟିନା ଡାବି ୨୦୧୮ ମସିହାରେ ଆଇଏଏସ୍ ଅଥର ଖାନଙ୍କୁ ବିବାହ କରିଥିଲେ। ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ଡାବି ଟପ୍ପର ରହିଥିବା ବେଳେ ଦ୍ୱିତୀୟରେ ରହିଥିଲେ ଅଥର ଖାନ । ପ୍ରଥମେ ବନ୍ଧୁତା, ପରେ ପ୍ରେମ ଓ ପରେ ଉଭୟ ପରସ୍ପରକୁ ଜୀବନସାଥୀ ଭାବେ ବାଛିି ନେଇଥିଲେ । ମସୁରୀରେ ଥିବା ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଆକାଡେମି ଫର ଆଡମିନିଷ୍ଟ୍ରେସନରେ ଉଭୟଙ୍କ ସାକ୍ଷାତ ହେବା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଅବଶ୍ୟ, ଉଭୟଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠି ପାରିନଥିଲା। ୨୦୨୦ ମସିହାରେ ଆପୋଷ ବୁଝାମଣାରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା ।

ସମ୍ବନ୍ଧିତ ଖବର