ବିବାହ ପୂର୍ବରୁ ଏଭଳି ନିଷ୍ପତ୍ତି ନେଇ ଝଟକା ଦେଲେ ଆଇଏଏସ ଟିନା ଓ ତାଙ୍କ ଭାବି ସ୍ବାମୀ

ନୂଆଦିଲ୍ଲୀ: ୨୦୧୫ର ଆଇଏଏସ ଟପ୍ପର ଟିନା ଡାବି ପୁଣି ଥରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ସେ ୨୦୧୩ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିବେ। ତେବେ ବିବାହ ପୂର୍ବରୁ ଦୁହେଁ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦୁହେଁ ସୋସିଆଲ ମିଡିଆରୁ ଦୂରେଇ ଯାଇଛନ୍ତି। ଟିନା ଡାବି ନିଜର ଇନଷ୍ଟାଗ୍ରାମ ଓ ଫେସବୁକ ଆକାଉଣ୍ଟକୁ ଡିଏକ୍ଟିଭେଟ କରି ଦେଇଛନ୍ତି। ସେହିପରି ପ୍ରଦୀପ ଗାୱାଣ୍ଡେ ବି ଇନଷ୍ଟାଗ୍ରାମରୁ ଦୂରେଇ ଯାଇଛନ୍ତି।

ଟିନା ଡାବି ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ  ନିଜ ନୂଆ ସାଥୀଙ୍କ ସହ ଫଟୋ ପୋଷ୍ଟ କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଇନଷ୍ଟାଗ୍ରାମରେ ଡାବିଙ୍କ ୧.୫ ମିଲିୟନ ଫଲୋୟର୍ସ ଥିବା ସହିତ ଫେସବୁକ ପେଜରେ  ତାଙ୍କ ସହ ଲକ୍ଷାଧିକ ଲୋକ ଯୋଡ଼ି ହୋଇ ରହିଥିଲେ।

ସେହିପରି ପ୍ରଦୀପ ଗାୱାଣ୍ଡେଙ୍କୁ ଇନଷ୍ଟାଗ୍ରାମରେ ୪୦ହଜାରରୁ ଅଧିକ ଲୋକ ଫଲୋ କରନ୍ତି। କିନ୍ତୁ ଦୁହେଁ ଏବେ ସୋସିଆଲ ମିଡିଆକୁ ଅଲବିଦା କହିଛନ୍ତି। ତେବେ ଦୁହେଁ ଏପରି କାହିଁକି କରିଛନ୍ତି ସେ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ତେବେ ଆଇଏଏସ ଦମ୍ପତ୍ତିଙ୍କ ଏଭଳି ପଦକ୍ଷେକ ତାଙ୍କ ପ୍ରଶଂସକଙ୍କୁ ଝଟକା ଦେଇଛି।

IAS टीना डाबी और प्रदीप गवांडे (फोटो- इंस्टाग्राम)

ଟିନା ଡାବିଙ୍କ ଭାବି ସ୍ୱାମୀ ପ୍ରଦୀପ ଗାୱାଣ୍ଡେ ରାଜସ୍ଥାନ କ୍ୟାଡରର ୨୦୧୩ ବ୍ୟାଚ୍ ଆଇଏଏସ ଅଧିକାରୀ ରହିଛନ୍ତି। ବର୍ତ୍ତମାନ ସେ ପ୍ରତ୍ନତତ୍ତ୍ୱ ଏବଂ ସଂଗ୍ରହାଳୟର ନିର୍ଦ୍ଦେଶକ ପଦରେ ଅଛନ୍ତି। ଏହାପୂର୍ବରୁ ଟିନା ଡାବି ୨୦୧୮ ମସିହାରେ ଆଇଏଏସ୍ ଅଥର ଖାନଙ୍କୁ ବିବାହ କରିଥିଲେ । ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ଡାବି ଟପ୍ପର ରହିଥିବା ବେଳେ ଦ୍ୱିତୀୟରେ ରହିଥିଲେ ଅଥର ଖାନ । ପ୍ରଥମେ ବନ୍ଧୁତା, ପରେ ପ୍ରେମ ଓ ପରେ ଉଭୟ ପରସ୍ପରକୁ ଜୀବନସାଥୀ ଭାବେ ବାଛି ନେଇଥିଲେ ।

ସମ୍ବନ୍ଧିତ ଖବର