ନୂଆଦିଲ୍ଲୀ: କ୍ୟାରିୟର ଆରମ୍ଭରୁ ଚର୍ଚ୍ଚାରେ ରହି ଆସିଛନ୍ତି ଆଇଏଏସ୍ ଟିନା ଡାବି। ପ୍ରଥମେ ୟୁପିଏସସି ପରୀକ୍ଷାରେ ସଫଳତା, ତା’ପରେ ପ୍ରେମ ବିବାହ, ବିବାହ ବିଚ୍ଛେଦ ଓ ଶେଷରେ ପୁର୍ନବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି । ରାଜସ୍ଥାନ କ୍ୟାଡର୍ ଆଇଏଏସ୍ ଟିନା ଡାବି ଏବେ ତାଙ୍କର ଦ୍ବିତୀୟ ସ୍ବାମୀ ପ୍ରଦୀପ ଗୱାଣ୍ଡେଙ୍କ ସହ ବେଶ୍ ଖୁସିରେ ସମୟ ବିତାଉଛନ୍ତି । ହେଲେ ଆପଣ ଜାଣନ୍ତି କି ପ୍ରଥମ ସ୍ବାମୀ ଆଥାର୍ଙ୍କ ସହ ବିବାହ ବିଚ୍ଛେଦ ଘଟିବା ବେଳେ କିପରି ଥିଲା ତାଙ୍କ ମାନସିକ ଅବସ୍ଥା?
ଟିନାଙ୍କୁ ଥରେ ଏକ ସାକ୍ଷାତ୍କାରେ ପଚରା ଯାଇଥିଲା ଯେ ଛାଡ଼ପତ୍ର ପରେ ଜୀବନ କେତେ ମୁସ୍କିଲ୍ ଥିଲା? ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ କିପରି ବାଲାନ୍ସ କରୁଥିଲେ? ଯାହାର ଉତ୍ତରରେ ଟିନା କହିଥିଲେ, ‘ବିବାହ ବିଚ୍ଛେଦ ଏକ ଦୁଃଖଦ ଅନୁଭବ। ସେ ସମୟରେ ଯେ କେହି ବି ଖୁବ୍ ଭାବପ୍ରବଣ ହୋଇପଡ଼ିବ। ସେ ମୁସ୍କିଲ୍ ସମୟରୁ ବାହାରକୁ ବାହାରିବା ପାଇଁ ମୁଁ ନିଜକୁ ବେଶ୍ ବ୍ୟସ୍ତ ରଖୁଥିଲି ବିଭିନ୍ନ କାର୍ଯ୍ୟରେ। ନିଜ ପରିବାର ସହ ଅଧିକ ସମୟ ବିତାଇଲି। ୨୦୨୧ ମସିହା କରୋନାର ଦ୍ବିତୀୟ ଲହର ବେଳେ ପ୍ରଦୀପ ଓ ମୁଁ ସ୍ବାସ୍ଥ୍ୟ ବିଭାଗରେ ଏକତ୍ର କାମ କରୁଥିଲୁ। ସେଠାରେ ଆମ ଦୁହିଁଙ୍କର ପରିଚୟ ହେଲା। ପ୍ରଥମେ ବନ୍ଧୁତ୍ବ ଓ ତା’ପରେ ତାହା ପ୍ରେମରେ ପରିଣତ ହୋଇଗଲା। ଶେଷରେ ପରିବାର ଲୋକଙ୍କ ସମ୍ମତିକ୍ରମେ ଆମେ ଦୁହେଁ ବିବାହ କରିବାର ନିଷ୍ପତ୍ତି ନେଲୁ।’
୨୦୧୫ ମସିହାରେ ସିଭିଲ୍ ସର୍ଭିସ ପରୀକ୍ଷାରେ ଟପ୍ପର ହୋଇଥିଲେ ଟିନା। ଏବେ ସେ ରାଜସ୍ଥାନର ଜୈସଲ୍ମେରର ୬୫ତମ ଜିଲ୍ଲାପାଳ ଭାବେ କାର୍ଯ୍ୟ ତୁଲାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Untitled-45.jpg)