ନୂଆଦିଲ୍ଳୀ: ଆଇଏଏସ୍ ଅଧିକାରୀ ଟିନା ଡାବିଙ୍କ ଉପରେ ଏବେ ରାଜସ୍ଥାନର ଜୈସଲ୍ମର୍ର ଦାୟିତ୍ବ ରହିଛି। ଜଣେ ଜିଲ୍ଳା ଅଧିକାରୀଙ୍କ ଭାବେ ଏହା ତାଙ୍କର ପ୍ରଥମ ପୋଷ୍ଟିଂ। ଟିନା ୨୦୧୬ ବ୍ୟାଚ୍ର ଆଇଏଏସ୍ ଅଧିକାରୀ। ସେ ତାଙ୍କ ବ୍ୟାଚ୍ରେ ଟପ୍ କରିଥିବା କଥାକୁ ନେଇ ଯେତିକି ଚର୍ଚ୍ଚିତ ହୋଇଥିଲେ, ତାହାଠାରୁ ବି ଅଧିକ ଚର୍ଚ୍ଚିତ ହୋଇଛନ୍ତି ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ। ଟିନା ତାଙ୍କର ପ୍ରଥମ ଓ ଦ୍ବିତୀୟ ବିବାହକୁ ନେଇ ସୋସିଆଲ୍ ମିଡ଼ିଆରେ ବେଶ୍ ଚର୍ଚ୍ଚିତ ହୋଇଥିବା ବେଳେ ଏବେ ତାଙ୍କର କିଛି ଫଟୋ କ୍ଲିକ୍କୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।
ସେ ସୋସିଆଲ୍ ମିଡିଆରେ କିଛଇ ଫଟୋ ସେୟାର୍ କରି ଲେଖିଛନ୍ତି, ‘କିଏ ବିଶ୍ବାସ କରିବ ଏହା ରେଗିସ୍ଥାନ? ମନ୍ସୁନ୍ରେ ଜୈସଲ୍ମର୍! ଗତ ଏକ ମାସର ରେକର୍ଡ ଭଙ୍ଗ ବର୍ଷା ପରେ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଏପରି ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି।’
ଟିନାଙ୍କ ଏହି ପୋଷ୍ଟ୍ରେ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଭିନ୍ନ ଭିନ୍ନ କମେଣ୍ଟ୍ ଦେଇଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏବେ ଜୈସଲ୍ମର୍ରେ ଅଛନ୍ତି ବେଷ୍ଟ୍ କଲେକ୍ଟର। ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ମ୍ୟାଡାମ୍ ଋତୁ ବଦଳିବା ୟାକୁ ହିଁ କୁହନ୍ତି।’ ଅନ୍ୟ ଜଣେ ବ୍ୟବହାରକାରୀ ଟିନାଙ୍କ ଫଟୋ ଉଠାଇବା ଦକ୍ଷତାକୁ ପ୍ରଶଂସା କରି ଲେଖିଛନ୍ତ, ‘ୱା କ୍ୟା ଫଟୋଗ୍ରାଫି!’। ଅନ୍ୟ ଜଣେ ତାଙ୍କ କମେଣ୍ଟ୍ରେ ଟିନାଙ୍କୁ ଜିଲ୍ଳା ପାଇଁ ଶୁଭ ବୋଲି କହିବା ସହ ଟିନାଙ୍କ ପୋଷ୍ଟିଂ ପରେ ହିଁ ବର୍ଷା ହୋଇ ପ୍ରକୃତି ଏପରି ପାଲଟିଛି ବୋଲି ସେ ଲେଖିଛନ୍ତି।