ଜୟପୁର: ଆଇଏଏସ୍‌ ଟିନା ଡାବି ଗତ କିଛି ଦିନ ତଳେ ମା’ ବନିଛନ୍ତି ବହୁଚର୍ଚ୍ଚିତ ଆଇଏଏସ୍ ଅଧିକାରୀ ଟିନା ଡାବି। ଜୟପୁରର ଏକ ହସ୍ପିଟାଲରେ ତାଙ୍କର ପ୍ରଥମ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ଟିନା। ସନ୍ତାନ ଜନ୍ମହେବା ପରଠାରୁ ଟିନା ସୋସିଆଲ୍‌ ମିଡିଆରେ କେବେ ବି ତାଙ୍କର ଚେହେରା ଦେଖାଇ ନଥିଲେ। ପ୍ରଥମ ଥର ପାଇଁ ନିଜ ପୁଅର ଚେହେରା ଦେଖାଇଛନ୍ତି ଟିନା।

Advertisment

ଆଇଏଏସ୍‌ ଟିନା ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିରେ ତାଙ୍କ ଆଇଏଏସ୍‌ ଭଉଣୀ ରିୟା ଡାବିଙ୍କ ସ୍ବାମୀ ମନୀଷ କୁମାରଙ୍କର ଏକ ଫଟୋ ଦେଇଥିଲେ। ଫଟୋରେ ମନୀଷଙ୍କୁ ଟିନାଙ୍କ ପୁଅକୁ କୋଳରେ ଧରିଥିବାର ଦେଖିବାକୁ ମିଳିଥିଲା।

ସେ ତାଙ୍କ ପୁଅ ତରଫରୁ ମଉସାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ଏହି ଫଟୋ ସେୟାର୍‌ କରିଥିଲେ। ଆପଣ ଜାଣିଥିବେ ଯେ ଗତକାଲି ମନୀଷଙ୍କ ଜନ୍ମଦିନ ଥିଲା। ତାଙ୍କ ପତ୍ନୀ ତାଙ୍କୁ ସୁନ୍ଦର ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଜରିଆରେ ଶୁଭେଚ୍ଛା ଜଣାଇଥିଲେ।

ସେ ତାଙ୍କ ସ୍ବାମୀଙ୍କୁ ଏକ ରୋମାଣ୍ଟିକ୍‌ ପୋଷ୍ଟ୍‌ ଲେଖି ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ। ରିୟା ସୋସିଆଲ୍‌ ମିଡିଆରେ ଖୁବ୍ ସକ୍ରିୟ। ଇନଷ୍ଟାଗ୍ରାମ୍‌ରେ ତ‌ାଙ୍କର ୫.୭୯ ଲକ୍ଷ ଫଲୋୟର୍ସ ଅଛନ୍ତି। ସେ ନିକଟରେ ଇନ୍‌ଷ୍ଟାରେ ସେୟାର୍‌ କରିଥିବା କିଛି ଫଟୋକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି।

ରିୟା ତାଙ୍କ ଆପିଏଏସ୍‌ ସ୍ବାମୀ ମନୀଷ କୁମାରଙ୍କ ଜନ୍ମଦିନ ଅବସରରେ ଏହି ଫଟୋ ସବୁ ସେୟାର୍‌ କରିଛନ୍ତି। ସେ ସେୟାର୍‌ କରିଥିବା ଫଟୋରେ ବହୁ ବ୍ୟବହାରକାରୀ କମେଣ୍ଟ୍‌ କରି ମନୀଷଙ୍କୁ ଜନ୍ମଦିନ ପାଇଁ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ।