ନୂଅାଦିଲ୍ଲୀ: ବହୁଚର୍ଚ୍ଚିତ ଆଇଏଏସ୍ ଅଧିକାରୀ ଟିନା ଡାବିଙ୍କ ଭଉଣୀ ରିୟା ଡାବିଙ୍କୁ ତ ଆପଣ ଜାଣନ୍ତି। ସେ ବି ଜଣେ ଆଇଏଏସ୍ ଅଧିକାରୀ। ତାଙ୍କର ନିଯୁକ୍ତି ରାଜସ୍ଥାନ କ୍ୟାଡର୍ରେ ହୋଇଛି। ଉଭୟ ଟିନା ଓ ରିୟା ତାଙ୍କ କାମକୁ ନେଇ କିଛି ଦିନ ଅନ୍ତରରେ ଥରେ ଚର୍ଚ୍ଚାକୁ ଆସି ଯାଇଥାନ୍ତି।
ନିକଟରେ ଆଇଏଏସ୍ ରିୟା ତାଙ୍କର ଏକ ସୋସିଆଲ୍ ମିଡିଆ ପୋଷ୍ଟ୍କୁ ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି। ସେ ତାଙ୍କ ସ୍ବାମୀଙ୍କୁ ଏକ ରୋମାଣ୍ଟିକ୍ ପୋଷ୍ଟ୍ ଲେଖି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।
ରିୟା ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ। ଇନଷ୍ଟାଗ୍ରାମ୍ରେ ତାଙ୍କର ୫.୭୯ ଲକ୍ଷ ଫଲୋୟର୍ସ ଅଛନ୍ତି। ସେ ନିକଟରେ ଇନ୍ଷ୍ଟାରେ ସେୟାର୍ କରିଥିବା କିଛି ଫଟୋକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି।
ରିୟା ତାଙ୍କ ଆପିଏଏସ୍ ସ୍ବାମୀ ମନୀଷ କୁମାରଙ୍କ ଜନ୍ମଦିନ ଅବସରରେ ଏହି ଫଟୋ ସବୁ ସେୟାର୍ କରିଛନ୍ତି। ସେ ସେୟାର୍ କରିଥିବା ଫଟୋରେ ବହୁ ବ୍ୟବହାରକାରୀ କମେଣ୍ଟ୍ କରି ମନୀଷଙ୍କୁ ଜନ୍ମଦିନ ପାଇଁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।
ସେ ତାଙ୍କ ସ୍ବାମୀଙ୍କ ଫଟୋ ସେୟାର କରି ଲେଖିଛନ୍ତି, ‘ସବୁଠାରୁ ସ୍ବତନ୍ତ୍ର ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା’। ସେ ଆହୁରି ବି ଲେଖିଛନ୍ତି, ‘ତୁମେ ମୋର ସବୁଠାରୁ ଭଲ ବନ୍ଧୁ, ମୋ ହୃଦୟ ଓ ମୋର କିରଣ। ଆଜିର ଦିନରେ ଜନ୍ମ ନେଇଥିବା କାରଣରୁ ଧନ୍ୟବାଦ।’
ଆଇପିଏସ୍ ମନୀଷ ବି ୨୦୨୩ ମସିହା ଜୁଲାଇରେ ନିଜ ପତ୍ନୀଙ୍କ ଜନ୍ମଦିନରେ ଫଟୋ ସେୟାର୍ କରି ଏକ ସୁନ୍ଦର ନୋଟ୍ ଲେଖିଥିଲେ।