ନୂଆଦିଲ୍ଲୀ: ଆଇଏଏସ୍ ଟିନା ଡାବି ଏବଂ ପ୍ରଦୀପ ଗାୱାଣ୍ଡେଙ୍କ ବିବାହ ଚର୍ଚ୍ଚାରେ ଥିଲା। ତେବେ ଉଭୟଙ୍କ ଏହି କାହାଣୀ କିପରି ଏବଂ କେଉଁଠାରୁ ଆରମ୍ଭ ହୋଇଥିଲା ତାହା ସମସ୍ତେ ଜାଣିବାକୁ ଚାହିଁଥିଲେ। କୋଭିଡ ଦ୍ୱିତୀୟ ଲହର ସମୟରେ ଆଇଏଏସ୍ ଟିନା ଡାବିଙ୍କର ପ୍ରଦୀପ ଗାୱାଣ୍ଡେଙ୍କ ସହ ସାକ୍ଷାତ ହୋଇଥିଲା । ୨୦୨୧ ମସିହାରେ ସେ ଏବଂ ପ୍ରଦୀପ ସ୍ୱାସ୍ଥ୍ୟ ବିଭାଗରେ ଏକାଠି ଥିଲେ। ଉଭୟ ରାଜସ୍ଥାନ ସ୍ୱାସ୍ଥ୍ୟ ବିଭାଗରେ ଏକାଠି କାମ କରୁଥିଲେ। ଏକାଠି କାମ କରିବାବେଳେ ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢି ଯାଇଥିଲା।
କିଛିଦିନର ବନ୍ଧୁତା ପରେ ଦୁହେଁ ଜୟପୁରରେ ମଧ୍ୟାହ୍ନ ଭୋଜନ କରିବାକୁ ଯାଇଥିଲେ। ଏହି ସମୟରେ ଦୁହେଁ ପରସ୍ପରକୁ ଜାଣିବାକୁ ଲାଗିଥିଲେ। ଆଉ ବିବାହ କରିବେ ବୋଲି ସ୍ଥିର କରି ଦେଇଥିଲେ।
ପ୍ରଦୀପ ଟିନାଙ୍କ ଠାରୁ ୧୩ ବର୍ଷ ବଡ । ତେବେ ଏହାକୁ ନେଇ ବି ଟିନାଙ୍କୁ ଅନେକ ସମୟରେ ଅନେକ ପ୍ରଶ୍ନ ପଚରା ଯାଇଛି। ଟିନା ଏହାକୁ ନେଇ କହନ୍ତି, ‘ବୟସ ଆଧାରରେ ସମ୍ପର୍କ ସ୍ଥିର ହୁଏ ନାହିଁ। ପାରସ୍ପରିକ ବୁଝାମଣା , ପ୍ରେମ ଏବଂ ସୁସଙ୍ଗତତା ସମ୍ପର୍କରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।’
ସୂଚନାମୁତାବକ, ଟିନା ପ୍ରଥମେ ଅତହରଙ୍କୁ ବିବାହ କରିଥିଲେ। ତେବେ ଦୁହିଁଙ୍କ ବିବାହ ବେଶି ଦିନ ତିଷ୍ଠି ପାରି ନଥିଲା। ଉଭୟ ପାରସ୍ପରିକ ସମ୍ମତି ଦ୍ୱାରା ଅଲଗା ହୋଇ ଯାଇଥିଲେ। ଛାଡପତ୍ର ପରେ ଟିନା ପୁନର୍ବାର ବିବାହ କରିଥିଲେ। ସେ ନିଜ ଦ୍ବିତୀୟ ବିବାହକୁ ନେଇ ବେଶ ଖୁସି ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/download-1-2.jpg)