ଆଇସିଏସ୍‌ଇ ସିଲାବସ୍‌ରେ ‘ଚେଞ୍ଜିଂ ରୋଲ୍‌ସ ଅଫ୍‌ ଗାର୍ଲସ ଆଣ୍ଡ୍‌ ବୟଜ୍‌’ ବିଷୟ, ମିଳିଲା ଅନେକ ପ୍ରଶଂସା

ନୂଆଦିଲ୍ଲୀ: ଆଇସିଏସ୍‌ଇ ସିଲାବସ୍‌ରେ ଏବେ ସ୍ଥାନ ପାଇଛି ଲିଙ୍ଗଗତ ପରିବର୍ତ୍ତନକୁ ନେଇ ଏକ ବିଷୟବସ୍ତୁ। ଯାହାକି ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଆଇସିଏସ୍‌ଇ ତୃତୀୟ ଶ୍ରେଣୀ ବହିରେ ସ୍ଥାନ ପାଇଛି ‘ଚେଞ୍ଜିଂ ରୋଲ୍‌ସ ଅଫ୍‌ ଗାର୍ଲସ ଆଣ୍ଡ୍‌ ବୟଜ୍‌’। ସୋସିଆଲ୍‌ ସାଇନ୍ସ ପୁସ୍ତକରେ ଏହି ବିଷୟ ରହିଛି। ଦୃଶ୍ୟମାନ ହୋଇଥିବା ପୃଷ୍ଠାରେ ଦୁଇଟି ଫଟୋ ଦେଖିବାକୁ ମିଳିଛି। ପ୍ରଥମ ଫଟୋରେ ଜଣେ କୁନି ପିଲାଟି ରଂଗୀନ କେଶରେ ନଜର ଆସିଥିବା ବେଳେ ଦ୍ବିତୀୟ ଫଟୋରେ ପିଲାଟି ଫୁଟ୍‌ବଲ୍‌ ଖେଳୁଥିବାର ନଜର ଆସିଛି।

 

ଏହି ପାଠ୍ୟ ପୁସ୍ତକର ଏକ ପୃଷ୍ଠା ପ୍ରଥମେ ଫେସ୍‌ବୁକ୍‌ରେ ଦେଖିବାକୁ ମିଳିଥିଲା। ମମିତା ଶର୍ମା ନାମକ ଜଣେ ବ୍ୟବହାରକାରୀ ତାଙ୍କ ଫେସ୍‌ବୁକ୍‌ରେ ସେୟାର କରି ଲେଖିଛନ୍ତି, ‘ତୃତୀୟ ଶ୍ରେଣୀର ସୋସିଆଲ୍‌ ସାଇନ୍ସ ବହିରେ ଏହା ଦିଆଯାଇଛି। ଭଲ ପାଇଁ ବିଶ୍ବ ପରିବର୍ତ୍ତନ ହେଉଛି’। ଏହି ପୋଷ୍ଟ୍‌ଟିକୁ ଦେଖି ବିଭିନ୍ନ ଲୋକ ସାକାରାତ୍ମକ ପ୍ରତିକ୍ରିୟା ରଖିଛନ୍ତି। ଏହି ବିଷୟବସ୍ତୁ ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ଲିଙ୍ଗଗତା ଅସମାନତାରୁ ଦୂରେଇ ଯିବାକୁ ଶିକ୍ଷା ଦିଆଯାଉଛି।

ଏହାକୁ ନେଇ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏହା ଦେଖି ଖୁବ୍‌ ଖୁସି ଲାଗିଲା। ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏହା ଏକ ସ୍ବାଗତଯୋଗ୍ୟ ପରିବର୍ତ୍ତନ’।

 

ସମ୍ବନ୍ଧିତ ଖବର