ନୂଆଦିଲ୍ଲୀ: ଆମେରିକାରେ କିଛିଦିନ ହେବ ପ୍ରବଳ ଥଣ୍ଡା ପଡ଼ିଛି। ଏହି ଥଣ୍ଡା ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏମିତି ଥଣ୍ଡା ପଡ଼ିବ ବୋଲି ସେଠାକାର ଲୋକମାନେ କେବେ କଳ୍ପନା ବି କରି ନଥିଲେ। ବରଫ ପଡ଼ିବା ସହିତ ଥଣ୍ଡା ପବନ ପ୍ରଭାହିତ ହେତୁ ଯାତାୟାତ ସମୟରେ ଲୋକମାନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି।
ଥଣ୍ଡା ହେତୁ ଟେକ୍ସାସ ସହରର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଛି। କେବଳ ୨.୭ ନିୟୁତ ଘରେ ବିଦ୍ୟୁତ୍ ରହିଛି। ଟେକ୍ସାସରେ ଏହି ଥଣ୍ଡା ଯୋଗୁଁ ଝଡ଼ ଆସିବ ବୋଲି କୁହାଯାଉଛି।
ଶୀତ ଏବଂ ତୁଷାରପାତ ହେତୁ ବିଦ୍ୟୁତ ତାରଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ସେଠାରେ ଥିବା ଅଧିକାରୀଙ୍କ କହିବାନୁସାରେ, ପ୍ରାକୃତିକ ଗ୍ୟାସ କୂଅ ଏବଂ ପାଇପ ଲାଇନରେ ବି ବରଫ ଜମି ଯାଇଛି। ଯେଉଁ କାରଣରୁ ଗ୍ୟାସ ପ୍ରସ୍ତୁତ କରିବାର କ୍ଷମତା ୪୦ ପ୍ରତିଶତ ହରାଇ ଦେଇଛି। ଏହି କ୍ରମରେ ଟେକ୍ସାସରେ ରହୁଥିବା ଲୋକମାନେ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି, ଯାହାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
This is how cold it is at my Apartment.
As a Texan, yes, I'm certainly not built for this. I don't even care. pic.twitter.com/FMt8imglJp
— 𝐓𝐇𝐎𝐌𝐀𝐒 𝐁𝐋𝐀𝐂𝐊 ☩ (@ThomasBlackGG) February 16, 2021
ଏହି ଫଟୋଗୁଡ଼ିକରେ ପାନୀୟ ଜଳ, ପଙ୍ଖା ଏବଂ ଟ୍ୟାପ୍ ପାଣିରେ ବରଫ ଜମା ହୋଇ ଯାଇଥିବା ଦେଖିବାକୁ ମିଳୁଛି। ବରଫ ଜମିବା ହେତୁ ବିଦ୍ୟୁତ ତାର ଖରାଫ ହୋଇଯାଇଛି। ତେଣୁ ବିଦ୍ୟୁତ ଅଭାବରୁ ଲୋକମାନେ ଅନ୍ଧାରରେ ରହିବାକୁ ବାଧ୍ୟ ହେଉଛନ୍ତି। କିଛି ଲୋକ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଘରେ ଥିବା ଅଦରକାରୀ ଆସବାବା ପତ୍ରକୁ ବି ଜାଳି ଦେଉଥିବା କୁହାଯାଉଛି।