କାନରେ ମେସିନ୍ ଲାଗିବା ପରେ ପ୍ରଥମଥର ମା ’ଙ୍କ ସ୍ବର ଶୁଣି ଶିଶୁ ଦେଲା ଏଭଳି ହୃଦୟସ୍ପର୍ଶୀ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଭାଇରାଲ ସୋସିଆଲ ମିଡିଆରେ ଶିଶୁର ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିବା ପରେ ଆପଣଙ୍କ ମୁହଁରେ ନିଶ୍ଚୟ ହସ ଫୁଟି ଉଠିବ |

ତେବେ ଭିଡିଓରେ ଦେଖିବାକୁ ମିଳୁଥିବା ପିଲାଟି ଶୁଣି ପାରୁ ନଥିଲା। ଯେମିତି ହିଁ  ମା’ କାନରେ ଏକ ମେସିନ୍ ସାହାଯ୍ୟରେ ହ୍ୟାଲୋ କହିଥିଲେ ପିଲାଟି ଖୁବ ସୁନ୍ଦର ପ୍ରତିକ୍ରୟା ଦେଇଥିଲା। ତା’ ମୁଖରେ ଏକ ଅଦ୍ଭୁଦ ଖୁସି ଖେଳି ଯାଇଥିଲା। ଇଣ୍ଟରନେଟରେ ଏହି ଭିଡିଓକୁ ସବୁଠାରୁ ସୁନ୍ଦର ବୋଲି କୁହାରଯାଉଛି।

 

ଏହି ଭିଡିଓକୁ ଶିଶୁର ମା’ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ @ ଲିଲ_ଲୋପିପ ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ମୋ ଶିଶୁର କାନରେ ଆଜି ଏକ ମେସିନ୍ ଲାଗିଛି। ତାର ‌ଚେହେରାକୁ ଦେଖ।

ଭିଡିଓରେ ଏହା ଦେଖିବାକୁ ମିଳୁଛି କି ପିଲାଟି ମା’ର ସ୍ୱର ଶୁଣିବା ମାତ୍ରେ ସୁନ୍ଦର ପ୍ରତିକ୍ରିୟା ଦେଉଛି।

Kid Being Ecstatic After Getting Hearing Aid Is Leaving Internet Teary-Eyed See Viral Video - सुन नहीं सकती था बच्चा, कान में मशीन लगाकर मां बोली- हेलो बेटा... सुनते ही दिए ऐसे

ଶିଶୁର ନାମ ମେସନ ବୋଲି କୁହାଯାଉଛି | ଭିଡିଓ ମେସନରୁ ଆରମ୍ଭ ହୋଇଛି, ସେ ଜଣଙ୍କ କୋଳରେ ବସିଛି| ତାର କାନରେ ଏକ କାନ ଯନ୍ତ୍ର ଲାଗିଛି। କିଛି ସେକେଣ୍ଡ ପରେ ମେସନର ମା ହ୍ୟାଲୋକହୁଛନ୍ତି। ସେ ଚାରିଆଡ଼େ ଦେଖିବା ବନ୍ଦ କରି ମାଆଙ୍କ ସ୍ୱରକୁ ଧ୍ୟାନରେ ଶୁଣିବାକୁ ଆରମ୍ଭ କରୁଛି। ତା’ପରେ ଶିଶୁଟି ହସିହସି ହାଏ କହୁଛି।

ଏହି ଭିଡିଓଟି ସେପ୍ଟେମ୍ବର ୧୬ରେ ସେୟାର କରାଯାଇଥିଲା, ଯାହା ଏପର୍ଯ୍ୟନ୍ତ ୪.୫ ମିଲିୟନ୍ ଭ୍ୟୁ ପାଇବା ସହିତ ୪ ଲକ୍ଷରୁ ଅଧିକ ଲାଇକ୍ ଏବଂ ୯୪ ହଜାରରୁ ଅଧିକ ରି-ଟ୍ୱିଟ୍ କରାଯାଇଛି।

ସମ୍ବନ୍ଧିତ ଖବର