ନୂଆଦିଲ୍ଲୀ: ଅପ୍ଟିକାଲ ଇଲୟୁଜନର ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଜଙ୍ଗଲ ଓ ପାହାଡର ଚିତ୍ର ଥିବା ଦେଖିବାକୁ ମିଳୁଛି। ଆପଣ ଏହି ଫଟୋ ଦେଖି କହି ପାରିବେ କି ଏଥିରେ କେଉଁ ଜୀବ ଲୁଚି ରହିଛି।

Advertisment

ବାସ୍ତବରେ ଫଟୋରେ ପାହାଡ଼ ଓ ଦୁଇଟି ଗଛଥିବା ଦେଖିବାକୁ ମିଳୁଛି। ଏହା ବ୍ୟତୀତ ଅନ୍ୟ କିଛି ଦେଖିବାକୁ ମିଳୁନାହିଁ। କିନ୍ତୁ ସେମିତି ନୁହେଁ ଏହା ଭିତରେ ଏକ ଜୀବ ଲୁଚି ରହିଛି। ଏମିତି ଫଟୋ ମାନବ ମସ୍ତିଷ୍କର ଅବଜରବେସନ ସ୍କିଲକୁ ବୃଦ୍ଧି କରିଥାଏ।

ହଠାତ ଏହି ଫଟୋରେ କେହି ଜୀବ ଥିବା ଦେଖିବାକୁ ମିଳୁ ନଥିବା ବେଳେ କିଛିସମୟ ସ୍ଥିର ହୋଇ ଚାହିଁଲେ ଏଥିରେ ଏକ ଓଟୋ ଥିବା ଦେଖିବାକୁ ମିଳୁଛି। ଏହି ଓଟୋଟି ଗଛ ପାଖରେ ଛିଡ଼ା ହୋଇଥିବା ବେଳେ ପତ୍ର ଖାଇବା ପାଇଁ ମୁହଁ ବଢ଼ାଇଥିବା ନଜରକୁ ଆସିଛି।

ତେବେ ଓଟୋକୁ ଫଟୋରେ ଏଭଳି ଭାବେ ଅଙ୍କା ଯାଇଛି କି ହଠାତ ଯଦି କେହି ଏହି ଫଟୋକୁ ଦେଖିବେ କେହି ଜାଣିବି ପାରିବେ ନାହିଁ କି ଏଥିରେ ଜୀବ ରହିଛି।