କରୋନା ପାଇଁ ୨ ବର୍ଷ ହେଲା ପତ୍ନୀଙ୍କଠୁ ଅଲଗା ରହିବା ପରେ ଏପରି କଲେ ପତି, ଅଥଳ ଜଳରୁ ହେଲେ ଗିରଫ

ନୂଆଦିଲ୍ଲୀ: କଥାରେ ଅଛି ଯୁଦ୍ଧ ଓ ପ୍ରେମରେ ସବୁକିଛି ସମ୍ଭବ। ଭାରତରେ ଥିବା ଜଣେ ପତ୍ନୀଙ୍କୁ ଦେଖା କରିବକୁ ଥାଇ‌ଲାଣ୍ଡ୍‌ରେ ରହୁଥିବା ତାଙ୍କ ସ୍ବାମୀ ଯେଉଁ ପନ୍ଥା ଆପଣେଇଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜାଣିବାକୁ ମିଳିଛି ଯେ ବ୍ୟକ୍ତି ଜଣକ ତାଙ୍କ ପତ୍ନୀଙ୍କୁ ଦେଖା କରିବାକୁ ଜଳପଥରେ ଏକ ରବର ଡଙ୍ଗାରେ ବାହାରି ପଡ଼ିଲେ। ସେ ପ୍ରାୟ ୨ ସପ୍ତାହ ପର୍ଯ୍ୟନ୍ତ ସମୁଦ୍ରରେ ଯାତ୍ରା କରି ଚାଲିଲେ। ଥାଇଲାଣ୍ଡ୍‌ ସମୁଦ୍ରକୂଳରୁ ଅନେକ ବାଟ ଯିବା ପରେ ବ୍ୟକ୍ତି ଜଣକ ଥାଇଲାଣ୍ଡ୍‌ ନୌସେନାର ନଜରରେ ଆସିଥିଲେ। ଥାଇ ନୌସେନା ତାଙ୍କୁ ଧରିବା ପରେ ଗିରଫ କରିଥିବା ଜାଣିବାକୁ ମିଳିଛି।

 

ଏହି ବ୍ୟକ୍ତିଙ୍କ ନାମ ହୋୟାଙ୍ଗ୍‌ ହୁଙ୍ଗ୍‌। ସେ ବିୟତନାମରେ ରହନ୍ତି। ଫୁକେତ ଦ୍ବୀପରୁ ସେ ତାଙ୍କ ଯାତ୍ରା ଆରମ୍ଭ କରିଥିଲେ। ସେ ସମୁଦ୍ରପଥରେ ପ୍ରାୟ ୨୦୦୦ କିଲୋମିଟର ଦୂର ମୁମ୍ବାଇରେ ରହୁଥିବା ତାଙ୍କ ପତ୍ନୀଙ୍କୁ ଭେଟିବାକୁ ଏପରି ପନ୍ଥା ଆପଣେଇଥିଲେ। ବଞ୍ଚିବା ପାଇଁ ତାଙ୍କ ସାଥୀ‌ରେ ଆଣିଥିଲେ ପିିଇବା ପ‌ାଣି ଓ କିଛି ନୁଡୁଲ୍ସ।

ହୋୟାଙ୍ଗ୍‌ ଫୁକେତ ଦ୍ବୀପରୁ ବାହାରି ଥାଇଲାଣ୍ଡ୍‌ରୁ ପ୍ରାୟ ୮୦ କିଲୋମିଟର ଦୂର ସିମିଲନ୍‌ ଦ୍ବୀପ ପାଖାପାଖି ପହଞ୍ଚି ସାରିଥିଲେ। ସେଠାରେ ତାଙ୍କୁ କିଛି ମାଛ ଧରାଳୀ ଦେଖି ନୌସେନାକୁ ଖବର ଦେଇଥିଲେ। ଯାହାପରେ ନୌସେନାର ସୈନିକମାନେ ତାଙ୍କୁ ଆହୁରି ଆଗକୁ ଯିବାରୁ ରୋକିଥିଲେ।

ବ୍ୟକ୍ତି ଜଣଙ୍କୁ ଧରାଯିବା ପରେ ସେ କହିଥିଲେ ଯେ ମୁମ୍ବାଇରେ କାମ କରୁଥିବା ତାଙ୍କ ପତ୍ନୀଙ୍କଠାରୁ ସେ କରୋନା ପାଇଁ ୨ ବର୍ଷ ହେଲା ଅଲଗା ରହିଛନ୍ତି। ପତ୍ନୀଙ୍କୁ ସାକ୍ଷାତ କରିବାର ଇଚ୍ଛା ହିଁ ତାଙ୍କୁ ଏପରି କାର୍ଯ୍ୟ କରିବାକୁ ବାଧ୍ୟ କରିଥିଲା।

 

ସମ୍ବନ୍ଧିତ ଖବର