ନୂଆଦିଲ୍ଳୀ: ଭଲ ସାଥୀର ଲୋଭ କାହାର ବା ନଥାଏ। ଧନୀରୁ ଗରିବ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଜୀବନରେ ଜଣେ ସାଥୀ ଆବଶ୍ୟକ କରନ୍ତି। ନିଜକୁ ବୁଝିବା ପରି ସାଥୀଟିଏ ପାଇବାର ଇଚ୍ଛା ସମସ୍ତଙ୍କ ଭିତରେ ଥାଏ। ହେଲେ ସମସ୍ତେ ସାଥୀ ଖୋଜିବା ପାଇଁ ଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି।

Advertisment

ଆଧୁନିକ ଯୁଗରେ ରୋମାଣ୍ଟିକ୍ ପାର୍ଟନର ଖୋଜୁଥିବା ଲୋକଙ୍କ ପାଇଁ ଡେଟିଂ ଆପ୍ ଏକ ପ୍ରିୟ ମାଧ୍ୟମ ହୋଇପାରିଛି। ଏହି ପ୍ଲାଟଫର୍ମ ନିଜ ସହ ମେଳ ଖାଇବା ପରି ସାଥୀଟିଏ ଖୋଜି ଦେବାର ସୁବିଧା ପ୍ରଦାନ କରେ।

ଡେଟିଂ ଆପ୍‌ର ଲୋକପ୍ରିୟତା ଯଥେଷ୍ଟ ବଢ଼ି ଯାଇଥିଲେ ମଧ୍ୟ ଏବେ ବି ଅନେକ ଲୋକ ସାଥୀ ବାଛିବା ପାଇଁ ପାରମ୍ପରିକ ଉପାୟକୁ ପସନ୍ଦ କରନ୍ତି, ଯେପରିକି ବାର୍ କିମ୍ବା କ୍ଲବରେ ମିଟିଂ କରନ୍ତି, ପରିବାର ଲୋକଙ୍କ ଦ୍ବାରା ଦେଖା ହୁଅନ୍ତି।

ହେଲେ ଜଣେ ମହିଳା ତାଙ୍କୁ ଆକର୍ଷିତ କରୁଥିବା ଲୋକଙ୍କୁ ଭେଟିବା ପାଇଁ ଏକ ନିଆରା ଉପାୟ ବାହାର କରିଛନ୍ତି। ଯାହାକି ଏବେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ନ୍ୟୁୟର୍କର ବ୍ରୁକଲିନ୍ ନିବାସୀ ମରିୟମ୍ ମାକାଲିଆ ଭାନ୍ସ ‘ଫ୍ଲର୍ଟିଂ’ ପାଇଁ ବିଜିନେସ୍‌ କାର୍ଡ ତିଆରି କରିଛନ୍ତି ବୋଲି ନିଜେ କହିଛନ୍ତି।
ସେ ଏହି କାର୍ଡର ଚିତ୍ର ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। କାର୍ଡରେ ଲେଖା ଅଛି, ‘ହାଏ, ମୁଁ ଭାବୁଛି ଆପଣ ଖୁବ୍ ସୁନ୍ଦର, ମୋ ନାମ ମରିୟମ। ଯଦି ଆପଣ ଭାବୁଛନ୍ତି ମୁଁ ମଧ୍ୟ ସୁନ୍ଦର, ତେବେ ମୋ ସହିତ ଯୋଗାଯୋଗ କରନ୍ତୁ।’ ତାଙ୍କର ଟ୍ୱିଟର ହ୍ୟାଣ୍ଡେଲ ଏବଂ ଫୋନ୍ ନମ୍ବର ମଧ୍ୟ ସେ ଉକ୍ତ କାର୍ଡରେ ଦେଇଛନ୍ତି।