ମଣିଷ ଜୀବନରେ ମୋବାଇଲ ଏକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀରେ ପରିଣତ ହୋଇଗଲାଣି। ପୁଣି ଟଚସ୍କ୍ରିନ ଫୋନ୍ ବିନା ବର୍ତ୍ତମାନ ସମୟରେ ଜୀବନ କଳ୍ପନା କରିବା ମଧ୍ୟ ମୁସ୍କିଲ। ବର୍ତ୍ତମାନ ସମୟରେ ଗୋଟିଏ ଦିନ ବି ଫୋନ ବିନା ରହିପାରୁ ନାହାନ୍ତି ଲୋକେ। ସମସ୍ତେ ଜାଣନ୍ତି ଟଚସ୍କ୍ରିନ ଫୋନ ବ୍ୟବହାର ଦ୍ୱାରା ଶରୀର ଉପରେ କୁପ୍ରଭାବ ପଡ଼ିବା ସହ ମାନସିକତା ଉପରେ ମଧ୍ୟ ବିଶେଷ ରୂପରେ ପ୍ରଭାବ ପଡ଼ୁଛି। ତଥାପି ହାତରୁ ଛାଡୁ଼ ନାହାନ୍ତି ମୋବାଇଲ ଫୋନ୍।
ଇସ୍ରାଏଲର ଏକ ମେଡ଼ିକାଲ ସେଣ୍ଟର ଦ୍ୱାରା ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁସାରେ ସ୍ମାର୍ଟଫୋନ ବ୍ୟବହାରର ବିଭିନ୍ନ ଭୟଙ୍କର ବିପଦ ବିଷୟରେ ଜଣାପଡ଼ିଛି। ଏହି ରିପୋର୍ଟ ଅନୁସାରେ, ଏହା ଯୁବଗୋଷ୍ଠୀ ଓ ଛୋଟ ପିଲାଙ୍କ ଉପରେ ଅଧିକ କୁପ୍ରଭାବ ପକାଉଛି। କାରଣ ଯୁବପିଢ଼ୀ ଓ ଛୋଟ ଛୋଟ ପିଲା ହିଁ ଅଧିକ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି। ସ୍ମାର୍ଟଫୋନ୍ ଯୋଗୁଁ ଲୋକମାନେ ଶାରୀରିକ ପରିଶ୍ରମ, ଏପରିକି ମାନସିକ ପରିଶ୍ରମ ମଧ୍ୟ କମ୍ କରୁଛନ୍ତି। ଦିନ ସାରା କେବଳ ହାତ ଓ ଅଙ୍ଗୁଳି ହିଁ ଅଧିକ କାମ କରୁଛି। ଆଉ ବାକି ଶରୀର ସ୍ଥିର ରହୁଛି। ଏହାଦ୍ୱାରା ଶରୀର ଉପରେ କୁପ୍ରଭାବ ପଡୁଛି।
/sambad/media/post_attachments/wp-content/uploads/2018/06/446968-net-300x171.jpg)
ତେବେ ଆସନ୍ତୁ ଜାଣିବା ଟଚସ୍କ୍ରିନ ଫୋନ୍ ବ୍ୟବହାର ଯୋଗୁଁ କେଉଁ କେଉଁ ଅସୁବିଧା ଭୋଗିବା ପାଇଁ ପଡ଼ୁଛି :
ଟଚସ୍କ୍ରିନ ଫୋନ୍ ଯୋଗୁଁ ଯୁବଗୋଷ୍ଠୀଙ୍କ ମଧ୍ୟରେ ମୋଟାପଣ ବୃଦ୍ଧିି ପାଉଛି। ଆଉ ଏକଥା ସେମାନେ ହୃଦୟଙ୍ଗମ କରିପାରୁ ନାହାନ୍ତି। ଏହି ଫୋନରୁ ବାହାରୁଥିବା ଇଲେକ୍ଟ୍ରୋନିକ୍ସ ରେଡ଼ିଏସନ୍ ଛୋଟ ପିଲାଙ୍କ ସମ୍ବେଦନଶୀଳ ମସ୍ତିସ୍କ ଉପରେ ଅଧିକ କୁପ୍ରଭାବ ପକାଉଛି। ଏହା ସହ ଛୋଟ ପିଲାଙ୍କ ମାନସିକ ଓ ଶାରୀରିକ ବୃଦ୍ଧିି ହେବାରେ ବାଧା ସୃଷ୍ଟି କରୁଛି ଟଚସ୍କ୍ରିନ ଫୋନ୍।
ବାସ୍ତବ ଜୀବନରେ ବନ୍ଧୁତା ନକରି ସୋସିଆଲ ମିଡ଼ିଆରେ ସାହାଯ୍ୟରେ ବନ୍ଧୁ ଖୋଜା ଚାଲିଛି। ଏହି ସବୁ ଅଭ୍ୟାସ କାରଣରୁ ଟଚସ୍କ୍ରିନ ଫୋନ୍ ବ୍ୟବହାର କରୁଥିବା ବ୍ୟକ୍ତି ନିଜ ଉପରେ ସବୁବେଳେ ଅସନ୍ତୁଷ୍ଟ ଥାଆନ୍ତି। ତେବେ ଏହି ଫୋନର ସବୁଠାରୁ ନକରାତ୍ମକ ଦିଗ ହେଲା ବ୍ୟହାରକାରୀ ଚାହିଁଲେ ମଧ୍ୟ ଏହାର ଅଭ୍ୟାସ ଅତି ସହଜରେ ଛଡ଼ିପାରେ ନାହିଁ।
ଟଚସ୍କ୍ରିନ ଫୋନ ଯୋଗୁଁ ଛୋଟ ଛୋଟ ପିଲାଙ୍କ ଆଖି ଉପରେ ମଧ୍ୟ ପ୍ରଭାବ ପଡୁଛି। ଏକ ରିପୋର୍ଟ ଅନୁସାରେ ଜଣାପଡ଼ିଛିି ୮ରୁ ୧୦ ବର୍ଷ ବୟସ୍କ ପିଲାମାନେ ଅଧିକ ଟଚସ୍କ୍ରିନ ଫୋନ୍ ବ୍ୟବ୍ୟହାର କରୁଛନ୍ତି। ଯଦ୍ୱାରା ସେମାନେ ଛୋଟ ବୟସରୁ ହିଁ ଚିଡ଼ଚିଡ଼ା ବଦରାଗୀ, ମୁହଁଖୋର ହୋଇଯାଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/phone-final-1.jpg)