ମଦ୍ୟପାନ କରି ଗାଡ଼ି ଚଳାଇବାକୁ ଚାହିଁଲେ, ଏଣିକି ଗାଡ଼ି ଷ୍ଟାର୍ଟ ହେବ ନାହିଁ

ନୂଆଦିଲ୍ଲୀ: ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହେବା ସହିତ ମୃତ୍ୟୁକୁ ବି ଡାକରା ଦେଇଥାଏ । ମଦ୍ୟପାନ କରି ଗାଡି ଚଳାଇବା ଆଳରେ ଅନକେ ଦୁର୍ଘଟଣା ହୋଇଥିବାର ନଜିର ରହିଛି । ଏହା ପରେ ମଧ୍ୟ ଲୋକମାନେ ମଦ୍ୟପାନ କରି ଗାଡି ଚଳାଉଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଜଣେ ଝିଅ ବିଷୟରେ କହିବୁ, ଯିଏ ଏମିତି କିଛି ଜିନିଷ ଆବିଷ୍କାର କରିଛନ୍ତି, ଯାହା ସାହାଯ୍ୟରେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ବଞ୍ଚିପାରିବ ।

ବିହାରର ଛାତ୍ରୀ ଐଶ୍ୱର୍ଯ୍ୟା ପ୍ରିୟା ଆଲକହଲ୍‌ ଡିଟେକ୍ଟର ଆଣ୍ଡ ଅଟୋମେଟିକ୍‌ ଇଞ୍ଜିନ ଲକିଂ ସିଷ୍ଟମ ନାମରେ ଏକ ଡିଭାଇସ ପ୍ରସ୍ତୁତ କରିଛନ୍ତି । ଯାହା ମଦ୍ୟପାନ କରି ଗାଡି ଚଳାଉଥିବା ଲୋକମାନଙ୍କ ପାଇଁ ଲାଭଦାୟକ ହେବ । ତେବେ ପ୍ରକୃତରେ ଏହି ଡିଭାଇସର ବିଶେଷତ୍ତ୍ୱ ହେଉଛି, ଯେକୌଣସି ବ୍ୟକ୍ତି ମଦ୍ୟପାନ କରି ଗାଡି ଉପରେ ବସିଲେ ଇଞ୍ଜିନ ଅଟୋମେଟିକ ଲକ୍‌ ହୋଇଯିବ। ଏହି ଡିଭାଇସକୁ ପ୍ରଥମେ ଗାଡିରେ ଫିଟ୍‌ କରାଯିବ ଏବଂ ଏହା ଅତି ସହଜରେ ଗାଡିର ଇଞ୍ଜିନରେ ଫିଟ୍‌ ହୋଇପାରିବ। ଏହା ଦ୍ୱାରା ଏହି ଡିଭାଇସ ମଦ୍ୟପାନ କରିଥିବା ବ୍ୟକ୍ତିଙ୍କୁ ଚିହ୍ନିପାରିବ । ଏହାପରେ ଇଞ୍ଜିନ ବନ୍ଦ ହୋଇଯିବ । ତେବେ ସବୁଠାରୁ ବଡ କଥା ହେଉଛି ମାତ୍ର ୯୦୦ ଟଙ୍କା ଖର୍ଚ୍ଚ କରି ଆପଣ ଏହି ଡିଭାଇସକୁ ନିଜ ଗାଡିରେ ଲଗାଇପାରିବେ ।

ଏହାକୁ ପ୍ରସ୍ତୁତ କରିଥିବା ବିହାରର ଛାତ୍ରୀ ଐଶ୍ୱର୍ଯ୍ୟା ପ୍ରିୟା ଭୋପାଳର ଲକ୍ଷ୍ମୀ ନାରାୟଣ କଲେଜ ଅଫ ଟେକ୍ନୋଲୋଜି ଆଣ୍ଡ ସାଇନ୍‌ସରେ ବି-ଟେକ୍‌ କରୁଛନ୍ତି । ତେବେ ପ୍ରଥମ ଥର ପାଇଁ ପୁନେରେ ରାଷ୍ଟ୍ରୀୟସ୍ତରରେ ଆୟୋଜିତ ଇନୋଭେଟିଭ ମଡେଲ୍‌ ଏବଂ ପ୍ରୋଜେକ୍ଟ ପ୍ରତିଯୋଗିତାରେ ଏହି ଡିଭାଇସର ଖୁଲାସା କରିଥିଲେ। ଆଉ ଏହି ପ୍ରତିଯୋଗିତାରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତେବେ ଏହି ଡିଭାଇସ ତିଆରି କରିବାରେ ତାଙ୍କୁ କଲେଜର ପ୍ରଫେସରମାନେ ମଧ୍ୟ ସାହାଯ୍ୟ କରିଛନ୍ତି । ଏହି ଡିଭାଇସକୁ ନିଜ ବାପା ମା’ଙ୍କୁ ସମର୍ପିଛନ୍ତି ଐଶ୍ୱର୍ଯ୍ୟା ।

ସମ୍ବନ୍ଧିତ ଖବର