ତିନି ମାସ ଶାକାହାର କଲେ ମିଳିବ ୫୦ ଲକ୍ଷ!

ଶିରୋନାମାଟି ବିସ୍ମୟପ୍ରଦ ମନେହେଉଥିଲେ ହେଁ ୟୁନାଇଟେଡ୍‌ କି˚ଡମ୍‌ର ଏକ କ˚ପାନି ପକ୍ଷରୁ ଏହି ମର୍ମରେ ଘୋଷଣା କରାଯାଇଛି। ଏହାକୁ ଏକ ପ୍ରତିଯୋଗିତା କହାଯାଇପାରେ। ଏଥିରେ କେବଳ ଶତ ପ୍ରତିଶତ ଆମିଷହାରୀ(ଯେଉଁମାନେ କେବଳ ମା˚ସ ଭୋଜନ କରନ୍ତି)ମାନେ ଅ˚ଶଗ୍ରହଣ କରିପାରିବେ। ଭଲ ଭାବେ ଯାଞ୍ଚ-ଅନୁସନ୍ଧାନ କରି, ପ୍ରତିଯୋଗୀମାନଙ୍କୁ ମନୋନୀତ କରିବେ କ˚ପାନି କର୍ତ୍ତୃପକ୍ଷ। ଶେଷରେ ପ୍ରତିଯୋଗୀମାନଙ୍କୁ କେବଳ ଶାକାହାର କରିବାକୁ ପଡ଼ିବ; ପୂରା ତିନି ମାସ। ଏହି ସମୟ ମଧ୍ୟରେ ସେମାନେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଶାକାହାରର ଉପାଦେୟତା ସ˚ପର୍କିତ ବାର୍ତ୍ତା ବାଣ୍ଟିବେ ଏବ˚ ନିଜର ଅଭିଜ୍ଞତା ବର୍ଣ୍ଣନା କରିବେ। ପ୍ରତିଯୋଗୀମାନଙ୍କ ଉପରେ ଚବିଶ ଘଣ୍ଟା ସଜାଗ ଦୃଷ୍ଟି ରଖାଯିବ। ସଫଳ ପ୍ରତିଯୋଗୀମାନେ ପୁରସ୍କାର ବାବଦକୁ ପାଇବେ, ଭାରତୀୟ ମୁଦ୍ରାରେ ପ୍ରାୟ ପଚାଶ ଲକ୍ଷ ଟଙ୍କା।

ସମ୍ବନ୍ଧିତ ଖବର