‘ଇଗ୍‌ନୌ’ର ପ୍ରଥମ ମହିଳା କୁଳପତି

ପୃଥିବୀର ଅନ୍ୟତମ ବୃହତ୍‌ ମୁକ୍ତ ବିଶ୍ବବିଦ୍ୟାଳୟ ଭାବେ ପରିଗଣିତ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ (‘ଇଗ୍‌ନୌ’)ର ପ୍ରଥମ ମହିଳା କୁଳପତି ଭାବେ ପ୍ରଫେସର ଉମା କାଞ୍ଜିଲାଲ ଗତ ୨୫ ତାରିଖରେ ନିଯୁକ୍ତ ହୋଇଛନ୍ତି।

New Project (4)

Photograph: (Sambad.in)

ପୃଥିବୀର ଅନ୍ୟତମ ବୃହତ୍‌ ମୁକ୍ତ ବିଶ୍ବବିଦ୍ୟାଳୟ ଭାବେ ପରିଗଣିତ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ (‘ଇଗ୍‌ନୌ’)ର ପ୍ରଥମ ମହିଳା କୁଳପତି ଭାବେ ପ୍ରଫେସର ଉମା କାଞ୍ଜିଲାଲ ଗତ ୨୫ ତାରିଖରେ ନିଯୁକ୍ତ ହୋଇଛନ୍ତି। ଏହି ନିଯୁକ୍ତି ଉକ୍ତ ଶିକ୍ଷାନୁଷ୍ଠାନର ଇତିହାସରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ପ୍ରଫେସର ଉମା ଗତ ଏକ ବର୍ଷ ଧରି ‘ଇଗ୍‌ନୌ’ର କାମଚଳା କୁଳପତି ଦାୟିତ୍ବ ତୁଲାଇ ଆସୁଥିଲେ। ତା’ ପୂର୍ବରୁ ସେ ୨୦୨୧ରୁ ୨୦୨୪ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟର ଉପ-କୁଳପତି ଥିଲେ। 

୨୦୦୩ରୁ ପ୍ରଫେସର ଉମା ‘ଲାଇବ୍ରେରି ଆଣ୍ଡ୍‌ ଇନ୍‌ଫର୍ମେସନ୍ ସାଇନ୍‌ସ’ ବିଭାଗର ପ୍ରଫେସର ଭାବେ କାର୍ଯ୍ୟ କରିଆସୁଛନ୍ତି। ଇ-ଲର୍ନିଂ, ଆଇସିଟି ଇନ୍‌ ଲାଇବ୍ରେରିଜ୍‌, ଡିଜିଟାଲ ଲାଇବ୍ରେରିଜ ଓ ମଲ୍‌ଟିମିଟିଆ କୋର୍ସ ଡେଭଲୋପମେଣ୍ଟର ବିଶେଷଜ୍ଞ ଭାବେ ସେ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ସେ ଏବେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଅଧୀନସ୍ଥ ‘ସ୍ବୟମ୍’ ଓ ‘ସ୍ବୟମ୍‌ ପ୍ରଭା’ ନାମକ ଡିଜିଟାଲ୍‌ ଶିକ୍ଷା ପ୍ରକଳ୍ପର ଜାତୀୟ ସଂଯୋଜିକା ଦାୟିତ୍ବ ମଧ୍ୟ ତୁଲାଉଛନ୍ତି। ପ୍ରଫେସର ଉମା ‘ଇଗ୍‌ନୌ’ର ଡିଜିଟାଲ୍‌ ପ୍ରବିଧି ଓ ଅନ୍‌ଲାଇନ୍‌ ଶିକ୍ଷା ଢାଞ୍ଚାକୁ ଉନ୍ନତ କରିବାରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଛନ୍ତି। ସେ ପୂର୍ବରୁ ନେସ୍‌ନାଲ୍‌ ଭର୍ଚୁଆଲ ଲାଇବ୍ରେରି ଅଫ୍‌ ଇଣ୍ଡିଆର ପ୍ରିନ୍‌ସିପାଲ୍‌ ଇନ୍‌ଭେଷ୍ଟିଗେଟର୍‌ ମଧ୍ୟ ଥିଲେ। ଏସବୁ ଶିକ୍ଷାର ଡିଜିଟାଲ୍‌ ରୂପାନ୍ତରଣ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଉକ୍ତ ବିଶ୍ବବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରୀ ପ୍ରକ୍ରିୟା ଜାରି ରହିଥିବା ବେଳେ କୁଳପତି ଭାବେ ପ୍ରଫେସର ଉମା କାଞ୍ଜିଲାଲଙ୍କ ନିଯୁକ୍ତି ତାଙ୍କ ଅଭିଜ୍ଞତା ଓ ନେତୃତ୍ବର ଉଚିତ ବିନିଯୋଗ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe