ନୂଆଦିଲ୍ଲୀ: ଦିଲ୍ଲୀର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ଦେଶରେ ପ୍ରଥମ ସ୍କୁଲ ଅଫ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏସସିଏଆଇ) ପ୍ରତିଷ୍ଠା କରିଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା ସଂପର୍କିତ ଗବେଷଣା ଲାଗି ଏକାଧିକ ଅତ୍ୟାଧୁନିକ ପ୍ରୟୋଗଶାଳା ତିଆରି କରାଯିବ। ଆଇଆଇଟି ଦିଲ୍ଲୀର ପୂର୍ବତନ ଛାତ୍ର ଅନନ୍ତ ୟାର୍ଡି ଏଥିପାଇଁ ୭୫କୋଟି ଟଙ୍କା ଦାନ କରିଛନ୍ତି।
ୟାର୍ଡି ସିଷ୍ଟମସର ପ୍ରତିଷ୍ଠାତା ଅନନ୍ତ ୟାର୍ଡି ଆଇଆଇଟି ଦିଲ୍ଲୀରୁ ବି.ଟେକ୍ ଶେଷ କରି ବର୍କେଲିରେ ଥିବା କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଇଞ୍ଜିନିୟରିଂ ପାଠ ପଢ଼ିଥିଲେ। ଏବେ ସେ ଦେଇଥିବା ୭୫କୋଟି ଟଙ୍କା ଦ୍ବାରା ଏହି ଅତ୍ୟାଧୁନିକ ପ୍ରୟୋଗଶାଳା ନିର୍ମାଣ କରାଯିବା। ଏହା ସାହାଯ୍ୟରେ ଛାତ୍ରଛାତ୍ରୀମାନେ ମେସିନ୍ ଲର୍ନିଂ ଏବଂ ଡାଟା ସାଇନ୍ସ ଟେକ୍ନୋଲୋଜି ପାଠ ପଢ଼ିପାରିବେ।
/sambad/media/post_attachments/97d3317985fbec18e02ff8169c7286332a43b878a6744b80fdc2ffcf5f3b52d2.jpg)
ଏସସିଏଆଇ ପ୍ରତିଷ୍ଠା କରିଥିବା ପ୍ରଫେସର ମୌସମ ୟାର୍ଡିଙ୍କୁ ତାଙ୍କର ପୃଷ୍ଠପୋଷକତା ଲାଗି ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ, ଏହି ଆଇଆଇଟି ଦିଲ୍ଲୀର ଏହି ନୂତନ ଅନୁଷ୍ଠାନ କେବଳ ଦେଶରେ ଆର୍ଟିଫିସିଆଲ୍ଇ ଇଣ୍ଟେଲିଜେନ୍ସ(ଏଆଇ) ଗବେଷକଙ୍କ ଅଭିବୃଦ୍ଧି ତଥା ବିକାଶକୁ ସମର୍ଥନ କରିବ ନାହିଁ, ବରଂ ବିଶ୍ବର ଏଆଇ ମାନଚିତ୍ରରେ ଆଇଆଇଟି ଦିଲ୍ଲୀର ସ୍ଥାନକୁ ମଧ୍ୟ ଦୃଢ଼ କରିବ। ଆଗାମୀ ବର୍ଷଗୁଡିକରେ, ଏସସିଏଆଇ ଏକ୍ସଟରନାଲଙ୍କ ସହାୟତାରେ ଅତି କମରେ ୨୦ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦେବାକୁ ଆଶା ରଖିଛି।