ବଡ଼ ଅଞ୍ଚଳକୁ ସାନିଟାଇଜ କରିବାକୁ ଡ୍ରୋନ ବାହାର କଲେ ଆଇଆଇଟି ଛାତ୍ର

ଗୁଆହାଟୀ : କରୋନା ଭାଇରସ ଭଳି ସଂକଟଜନକ କ୍ଷଣରେ ଦେଶର ସହାୟତା ପାଇଁ ବୈଜ୍ଞାନିକ, ଶିଳ୍ପଜଗତ ଓ ବିଶ୍ୱବିଦ୍ୟାଳୟମାନେ ଦିନରାତି ଉଦ୍ୟମ କରିଚାଲିଛନ୍ତି । ନୂଆ ନୂଆ ଉଦ୍ଭାବନ ଫଳରେ କରୋନା ବିରୋଧୀ ଲଢେଇ କ୍ଷେତ୍ରରେ ଦେଶର ସ୍ଥିତି ସୁଦୃଢ ହେବା ଆଶା କରାଯାଉଛି ।
ଆଇଆଇଟ ଗୁଆହାଟୀର ଦଳେ ଛାତ୍ର ଏପରି ଏକ ଡ୍ରୋନ ତିଆରି କରିଛନ୍ତି ଯାହାକି ଅତି ଅଳ୍ପ ସମୟରେ ଏକ ବଡ଼ ଅଞ୍ଚଳକୁ ସାନିଟାଇଜ କରିପାରିବ । ଏଥିରେ ଲାଗିଥିବା ସ୍ପ୍ରେୟର ଆକାଶମାର୍ଗରୁ ରସାୟନ ମିଶ୍ରିତ ଜଳ ସିଞ୍ଚନ କରିପାରିବ । ଏହା ଦ୍ୱାରା ମାତ୍ର ୧୫ ମିନିଟରେ ବଡ଼ବଡ଼ ଖେଳପଡିଆ, ପାର୍କ, ବଜାର ଆଦିକୁ ସାନିଟାଇଜ କରିପାରିବ ।

ଏହି ଛାତ୍ରମାନେ ରେସରଫ୍ଲାଏ ନାମକ ଏକ ଷ୍ଟାର୍ଟ-ଅପ ତିଆରି କରିଛନ୍ତି ଯାହାକି ଏସବୁ ଡ୍ରୋନ ତିଆରି କରୁଛି । କୋରନା ଭାଇରସ ସମୟରେ ଏହି ଡ୍ରୋନ ଉପଯୋଗୀ ହେବା ଆଶା କରାଯାଉଛି । ଏହି ପ୍ରକଳ୍ପକୁ ସହାୟତା କରିବାକୁ ରେସରଫ୍ଲାଏ ପକ୍ଷରୁ ଆସାମ ଓ ଉତ୍ତରାଖଣ୍ଡ ସରକାରଙ୍କୁ ଅନୁରୋଧ କରାଯାଇଛି ।

ଏହା ପୂର୍ବରୁ ଆଇଆଇଟି ଦିଲ୍ଲୀ, ଆଇଆଇଟି-କାନପୁରର ଛାତ୍ରମାନେ ମଧ୍ୟ କରୋନା ଭାଇରସ ଚିକିତ୍ସା ଓ ସୁରକ୍ଷା ପାଇଁ ଜରୁରୀ ଉପକରଣ ବାହାର କରି ପ୍ରସଂଶିତ ହୋଇଛନ୍ତି ।

ସମ୍ବନ୍ଧିତ ଖବର