ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଆୟୋଜିତ ହୋଇଥିବା କୁମ୍ଭମେଳାକୁ ଆସିଥିବା ଆଇଆଇଟି ଇଞ୍ଜିନିୟର ଅଭୟ ସିଂହ ଚର୍ଚ୍ଚାକୁ ଆସିଛନ୍ତି। ସେ ହରିୟାଣାର ହିସାର ଅଞ୍ଚଳର ବାସିନ୍ଦା ଥିବା ବେଳେ ସେ ଗୃହ ତ୍ୟାଗ କରି ବାବା ହୋଇଯାଇଛନ୍ତି। 
ସମ୍ପ୍ରତି ସେ ମହାକୁମ୍ଭରେ ଅଛନ୍ତି। ତାଙ୍କୁ ଜାନା ଆଖଡ଼ାର ଜଣେ ସନ୍ତ ନେଇ ଏଠାକୁ ଆସିଛନ୍ତି। ଅଭୟ ସିଂହଙ୍କୁ ଲୋକେ ଇଞ୍ଜିନିୟର ବାବା ଭାବେ ଜାଣନ୍ତି। ଅଭୟ ନିଜର ପ୍ରଥମ ପ୍ରୟାସରେ ଆଇଆଇଟି ଏଣ୍ଟ୍ରାସ କ୍ଲିୟର କରିଥିଲେ।
ଅଭୟ ବାବା ହେବା ଯାତ୍ରାକୁ ନେଇ କହିଛନ୍ତି, ‘ମୁଁ ଆଇଆଇଟି ମୁମ୍ବାଇ ଯିବାପରେ ମନରେ ଏକ ଅଦ୍ଭୁତ ଚିନ୍ତା ଘାରି ହୋଇଥିଲା। କ’ଣ କରିବି କିଛି ବୁଝି ପାରି ନଥିଲି। ମୁଁ କିଏ ଏ ସଂସାରକୁ କାହିଁକି ଆସିଛି ଏଭଳି ଚିନ୍ତାଧାର ମୋ ମନକୁ ବାରମ୍ବାର ଆସିଥିଲା। ମୁଁ ଏକଦମ ମୋ ଭିତରେ ହଜି ଯାଇଥିଲା। ଘରଲୋକଙ୍କ ଠାରୁ ଆରମ୍ଭ କରି ବନ୍ଧୁବାନ୍ଧବ ସମସ୍ତେ ମୋତେ ପାଗଳ ବୋଲି ଭାବିଥିଲେ। ଏମିତି କି ଘର ଲୋକ ମୋ ସହ କଥା ହେବା ବନ୍ଦ କରି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/15/0IJ2UbFHxR61wLDbJD5I.jpg)