ଦେଢ଼ବର୍ଷ ପୂର୍ବେ ଜଙ୍ଗଲରେ ଲାଗିଥିଲା ନିଆଁ, ଏଯାବତ ଜଳୁଛି ଏକ ଗଛ; ବୈଜ୍ଞାନିକମାନେ ଦେଖି ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଦୁନିଆରେ ଏମିତି ଅନେକ ଘଟଣା ଅଛି ଯାହାକୁ ଶୁଣିଲେ ବା ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ଉକ୍ତ ଘଟଣାର ରହସ୍ୟ କ’ଣ ହୋଇଥାଇପାରେ ତାହା କେହି ଜାଣି ପାରନ୍ତି ନାହିଁ। ଏମିତି ଅନେକ ରହସ୍ୟକୁ ନେଇ ଚର୍ଚ୍ଚା ହୋଇଥାଏ। ନିକଟରେ ଏମିତି ଏକ ରହସ୍ୟ ଘଟଣା କଲିଫର୍ଣ୍ଣିଆରେ ଥିବା ଗଛକୁ ନେଇ ସାମ୍ନକୁ ଆସିଛି।।

ସାଧାରଣତଃ ଯଦି କୌଣସି ଗଛରେ ନିଆଁ ଲାଗେ ତେବେ ତାହା ୨ରୁ ୩ଦିନ ଜଳିବା ପରେ ପୋଡ଼ି ପାଉଁଶ ହୋଇଯାଇଥାଏ। କିନ୍ତୁ କଲିଫର୍ଣ୍ଣିଆରେ ଏକ ଗଛ ଦେଢ଼ବର୍ଷ ହେବ ନିଆଁରେ ଜଳୁଥିବା ଦେଖିବାକୁ ମିଳୁଛି। ଏହାକୁ ଦେଖି ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

କୁହାଯାଉଛି କି ୨୦୨୦ରେ କଲିଫର୍ଣ୍ଣିଆ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା। ଏହି ନିଆଁରେ ଦେଢ଼ଲକ୍ଷ ଏକର ଜମିରେ ଥିବା ଗଛଗୁଡ଼ିକ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ନିକଟରେ ନ୍ୟାସନାଲ ପାର୍କରେ ସର୍ଭିସ ଷ୍ଟାଫର ଏକ ଦଳ ନିଆଁରେ କେତେ କ’ଣ ନଷ୍ଟ ହୋଇଛି ତାହାର ଏକ ଆକଳନ ପାଇଁ ଜଙ୍ଗଲରେ ଯାଇ ପହଞ୍ଚିଥିଲେ। ଏହି ସମୟରେ ସିକୁଆ ନାମକ ଏକ ଗଛକୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହି ଗଛରୁ ଧୂଆଁ ବାହାରି ଆକାଶକୁ ଉଠୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଗଛର ଯାଞ୍ଚ ପାଇଁ ଲଙ୍ଗ କ୍ୟାମେରା ଲେନ୍ସ ଆଣି  ଦେଖିଥିଲେ। ସେହି ସମୟରେ ସେମାନେ ଜାଣିବାକୁ ପାଇଲେ କି ଉକ୍ତ ଗଛଟିର ନାମ ସିକୁଆ। ଯାହାକି ବହୁତ ପୁରୁଣା ଗଛ। ଏହି ଗଛଟି ଗତ ଦେଢ଼ବର୍ଷ ହେବ ଜଳୁଛି। କୁହାଯାଇଛି ଗଛଟିକୁ ନିଆଁ ଧରି ନେଇଥିବା ବେଳେ ବହୁତ ଧୀରେଧୀରେ ଜଳୁଛି। ସେଥିପାଇଁ ବୋଧ ହୁଏ ନିଆଁଟି ଏତେ ବର୍ଷ ହେବ ଗଛରୁ ଲିଭୁ ନାହିଁ।

ସମ୍ବନ୍ଧିତ ଖବର