ଏହି ଚିତ୍ରଟି ବହୁତ ପୁରୁଣା । ଏହା ୧୮୮୧ ମସିହାରେ ଅଙ୍କା ହୋଇଥିଲା । ୧୩୬ ବର୍ଷ ତଳର ଚିତ୍ରଟିକୁ ଦେଖି ପରଖନ୍ତୁ ଆପଣଙ୍କର ଲଜିକାଲ ପାଓ୍ଵାର ବା ଚିନ୍ତା ଶକ୍ତି କେତେ । ଏହି ଚିତ୍ରଟିରେ ୧୨ଟି ଆକୃତି ରହିଛି ଏବଂ ଏହାକୁ ଖୋଜିି ପାଇବା କାଠିକର ପାଠ । ଏହି ୧୨ ଟି ଆକୃତି ମଧ୍ୟରୁ କେତେଟି ଆକୃତିକୁ ଆପଣ ଠାବ କରିପାରୁଛନ୍ତି, ସେଇଟା ଦେଖନ୍ତୁ ଏବଂ କେତେ ପଏଣ୍ଟ ସ୍କୋର କଲେ ଦେଖନ୍ତୁ।

Advertisment

publive-image

ମାଛ: ଛବିର ରଙ୍ଗ ହୋଇଥିବା ଭାଗଟିକୁ ଧ୍ୟାନରେ ଦେଖନ୍ତୁ । ଏହା ମାଛ ଆକୃତିର । ଆପଣ ଏହି ଆକୃତିଟିକୁ ଚିହ୍ନିପାରିଥିଲେ କି ?

publive-image
ବହି: ଗଛରେ ଲୁଚିରହିଥିବା ବହିଟିକୁ ଆପଣ ଚିହ୍ନିପାରିଥିଲେ କି?

publive-image
ଗାଈ: ଚିତ୍ରରେ ଥିବା ନୀଳ ରଙ୍ଗର ଆକୃତି ହେଉଛି ଗାଈ । ଆପଣ ଜାଣିପାରିଲେ କି?

publive-image
କୁମ୍ଭୀର: କୁମ୍ଭୀରକୁ ଏହି ଛବିରେ ଚିହ୍ନିବା ଏତେଟା ବି କଷ୍ଟ ନୁହେଁ । କିନ୍ତୁ ଏହା ଆପଣଙ୍କ ଲଜିକାଲ ମାଇଣ୍ଡ ଉପରେ ନିର୍ଭର କରିଥାଏ ।

publive-image

ବତକ: ଛବିରେ ଥିବା ଲାଲ ରଙ୍ଗର ଭାଗ ହେଉଛି ବତକ । ଯଦି ଆପଣ ଏହି ଆକୃତିକୁ ଚିହ୍ନିପାରିଥିଲେ, ତା’ହେଲେ ଆପଣଙ୍କର ଜ୍ଞାନ ଅନ୍ୟମାନଙ୍କ ତୁଳନାରେ ଟିକିଏ ଅଧିକ ।

publive-image
ହାତୀ: ହାତୀକୁ ଠଉରାଇ ପାରିଲେ ତ?

publive-image
ଚେହେରା: ଏହି ଆକୃତିକୁ ଆପଣମାନେ ସମସ୍ତେ ଜାଣିପାରିଥିବେ । ଏହାକୁ ଜାଣିବାରେ ଏତେ କଷ୍ଟ ହୋଇନଥିବ ।

publive-image
ଛେଳି: ମଣିଷର ବିପରୀତ ଦିଗରେ ଛିଡା ହୋଇଥିବା ଛେଳିଟିକୁ ଆପଣ ଦେଖିପାରିଲେ କି? ଯଦି ଜାଣିପାରିଲେ ତା’ହେଲେ ଖୁସି ହୋଇଯାଆନ୍ତୁ ।

publive-image
ଠେକୁଆ: ସବୁଜ ରଙ୍ଗର ଦେଖାଯାଉଥିବା ଠେକୁଆକୁ ଆପଣ ଚିହ୍ନିପାରିଲେ କି ? ଯଦି ଚିହ୍ନିପାରିଲେ ତା’ହେଲେ ଆପଣଙ୍କ ଲଜିକାଲ ମାଇଣ୍ଡ ବହୁତ ଭଲ ।

publive-image
ମାଙ୍କଡ: ମାଙ୍କଡଟିକୁ ଆପଣ ଜାଣିପାରିଲେ? ମାଙ୍କଡଟି ସ୍ୱେଟର ପିନ୍ଧିଥିବା ମଣିଷର ଠିକ୍‌ ପଛରେ ରହିଛି ।

publive-image
ମୟୂର: ଏହି ଆକୃତିକୁ ଚିହ୍ନିବା ସବୁଠାରୁ ବଡ କଷ୍ଟ । ଆପଣ କ’ଣ ଚିହ୍ନିପାରିଲେ?