ପୁଅ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ପ୍ରମାଣପତ୍ର ପାଇବା ପାଇଁ ଲାଗିଥିଲା ତିନିମାସ

ନୂଆଦିଲ୍ଲୀ: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜନ୍ମ ପ୍ରମାଣପତ୍ର ପାଇବା ପାଇଁ ତିନିମାସ ଲାଗି ଯାଇଥିଲା। କିନ୍ତୁ ଏହି ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ନୁହଁନ୍ତି ବରଂ ମହାରାଷ୍ଟ୍ରର ଓସମାନାବାଦ ଜିଲ୍ଲାରେ ବସବାସ କରନ୍ତି। ବାସ୍ତବରେ ଏହି ପ୍ରଧାନମନ୍ତ୍ରୀ ଜଣେ କୃଷକଙ୍କ  ସାନ ପୁଅଙ୍କ ନାମ । ଏହି କୃଷକ ତାଙ୍କର ବଡ଼ ପୁଅଙ୍କ ନାମ ରାଷ୍ଟ୍ରପତି ରଖିଛନ୍ତି।

ମହାରାଷ୍ଟ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଦ୍ବାରା ଦିଆଯାଇଥିବା ଜନ୍ମ ପ୍ରମାଣପତ୍ରରେ ଶିଶୁର ନାମ ପନ୍ତପ୍ରଧାନ ଲେଖାଯାଇଛି। ପନ୍ତପ୍ରଧାନ ମରାଠୀରେ ପ୍ରଧାନମନ୍ତ୍ରୀଙ୍କୁ କୁହାଯାଇଥାଏ।

ମହାରାଷ୍ଟ୍ରର ଓସମାନାବାଦ ଜିଲ୍ଲାର ଉମରଗା ତହସିଲର ଚିଞ୍ଚୋଲି ଗ୍ରାମରେ ରହୁଥିବା ଦତ୍ତାତ୍ରୟ ଚୌଧୁରୀ ତାଙ୍କ ପୁତ୍ରର ନାମ ପନ୍ତପ୍ରଧାନ ରଖିଥିଲେ। କିନ୍ତୁ ଏହି ନାମ ପାଇବା ପାଇଁ ତାଙ୍କୁ ତିନିମାସ ଧରି ସରକାରୀ ବିଭାଗ ଦୌଡ଼ିବାକୁ ପଡ଼ିଥିଲା। ପ୍ରାରମ୍ଭରେ ପନ୍ତପ୍ରଦାନ ନାମ ଦିଆଯାଇପାରିବ ନାହିଁ ବୋଲି କହି ତାଙ୍କୁ ମନା କରାଯାଇଥିଲା। ଦତ୍ତାତ୍ରୟ କିନ୍ତୁ ହାର ମାନି ନଥିଲେ ।  ଶେଷରେ ସେ ତାଙ୍କ ପୁଅ ନାମ ଜନ୍ମ ପ୍ରମାଣପତ୍ରରେ ପନ୍ତପ୍ରଧାନ ହିଁ ରଖିଥିଲେ।

ଦତ୍ତାତ୍ରୟ ଚୌଧୁରୀଙ୍କ ବଡ ପୁଅ ୨୦୨୦ ମସିହାରେ ଜନ୍ମ ହୋଇଥିଲେ। ସେ ତାଙ୍କ ନାମ ରାଷ୍ଟ୍ରପତି ରଖିଥିବା ବେଳେ ସାନପୁଅ ନାମ ପନ୍ତପ୍ରଧାନ ରଖିଛନ୍ତି।

ସମ୍ବନ୍ଧିତ ଖବର