ନୂଆଦିଲ୍ଲୀ: ସମୟର ତାଳରେ ବିକଶିତ ହୋଇ ଚାଲିଥିବା ଚିକିତ୍ସା ବିଜ୍ଞାନରେ ବର୍ତ୍ତମାନ ନୂଆ ନୂଆ ଜ୍ଞାନକୌଶଳ ଦେଖିବାକୁ ମିଳୁଛି । ଅଙ୍ଗ ପ୍ରତିରୋପଣ ହେଉ ବା ଲିଙ୍ଗ ପରିବର୍ତ୍ତନ ହେଉ ଏସବୁ ଏବେ ସାଧାରଣ କଥା ହୋଇଗଲାଣି । ଗଣମାଧ୍ୟମ ରିପୋର୍ଟକୁ ଦେଖିଲେ ଜଣାପଡ଼େ କି ଅନେକ ଲୋକ ନିଜର ଲିଙ୍ଗ ପରିବର୍ତ୍ତନ କରିସାରିଲେଣି । ଯେତେବେଳେ କେହି ଚର୍ଚ୍ଚିତ ବ୍ୟକ୍ତି ଲିଙ୍ଗ ପରିବର୍ତ୍ତନ କରନ୍ତି ସେତେବେଳେ ଖବର ଚର୍ଚ୍ଚାର ବିଷୟ ପାଲଟିଥାଏ । ଆଜି ସେମିତି ଜଣେ ବ୍ୟକ୍ତିଙ୍କ ବିଷୟରେ ଜାଣିବା ଯିଏ ଜୀବନରେ ଅନେକ ସଙ୍ଘର୍ଷ କରି ସଫଳତା ପାଇଛନ୍ତି ।
ଶିବ୍ୟାଙ୍କରୁ ସୋନାଲି ଶର୍ମା ହେବାର ଚେତନା ସେତେବେଳେ ତାଙ୍କ ଭିତରେ ଆସିଲା ଯେତେବେଳେ ସେ ୬-୭ର ବର୍ଷର ହୋଇଥଲେ । ସୋନାଲି ନାଗପୁରର ଜଣେ ମଧ୍ୟବିତ୍ତ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ କହିବା ମୁତାବକ ସେ ପ୍ରଥମରୁ ଜଣେ ପୁରୁଷ ରୂପେ ଜନ୍ମ ଗ୍ରହଣ କରିଥିଲେ, ହେଲେ ଯେତେବେଳେ ବୟସ ବଢିଲା ଶରୀରର ତାଳେ ତାଳେ ତାଙ୍କ ମାନସିକ ଅଭିବୃଦ୍ଧି ମଧ୍ୟ ହେଲା । ସେ ସମୟରେ ସେ ନିଜକୁ ମହିଳା ବୋଲି ଭାବିବାକୁ ଲାଗିଲେ । ତାଙ୍କୁ ସବୁବେଳେ ମହିଳାମାନଙ୍କ ସହ ଖେଲିବା, ବୁଲିବାକୁ ଭଲ ଲାଗୁଥିଲା । ଏପରିକି ଯଦି କେହି ପଚାରୁଥିଲେ ଯେ ତୁମେ ବଡ଼ ହୋଇ କଣ ବନିବାକୁ ଚାହଁ, ସେ ଉତ୍ତର ଦେଉଥିଲେ ‘ ମୁଁ ବଡ଼ ହୋଇ ମାଆ ବନିବାକୁ ଚାହେଁ ’। ସବୁବେଳେ ଛୋଟପିଲାଙ୍କ ସହ ଖେଳିବାକୁ ତାଙ୍କୁ ଭଲ ଲାଗେ ବୋଲି ସେ ଗଣମାଧ୍ୟମ ଅଗରେ ପ୍ରକାଶ କରିଛନ୍ତି ।
ସୋନାଲି ଏବେ ଏକ ସେଲୁନରେ ଜଣେ ମହିଳା କର୍ମୀ ଭାବେ କାମ କରୁଛନ୍ତି । ସେଠାରେ ତାଙ୍କୁ ସମସ୍ତେ ମାହି ନାମରେ ସମ୍ବୋଧନ କରନ୍ତି, ଯାହା ତାଙ୍କୁ ବହୁତ ଭଲ ଲାଗେ ବୋଲି ସେ ପ୍ରକାଶ କରିଛନ୍ତି ।
ସେ ଟଙ୍କା ସଞ୍ଚୟ କରି ନିଜର ଲିଙ୍ଗ ପରିବର୍ତ୍ତନ କରାଇ ନିଜକୁ ମହିଳା କରିପାରିଛନ୍ତି ସତ, ସେଥିରେ କିନ୍ତୁ ତାଙ୍କୁ ଅନେକ ଯନ୍ତ୍ରଣା ସହିବାକୁ ପଡ଼ିଛି । ସୋନାଲିଙ୍କର ସୋସିଆଲ୍ ମିଡିଆରେ ଏବେ ବହୁତ ଫ୍ୟାନ-ଫଲୋୟର୍ସ ଥିବା ଦେଖିବାକୁ ମିଳେ।