ଅନେକ ସମୟ ଧରି ସ୍ମାର୍ଟଫୋନ ବ୍ୟବହାର କଲେ ହୋଇଥାଏ ସାଂଘାତିକ ରୋଗ !

ବିଶେଷ ଟେକ୍ନୋଲୋଜି ଓ ମୋବାଇଲ ବ୍ୟବହାର ଯଦିଓ ଆମର ଅନିବାର୍ଯ୍ୟ ଆବଶ୍ୟକତା ଗୁଡିକ ମଧ୍ୟରେ ସାମିଲ, କିନ୍ତୁ ଏହାକୁ ଆମ ଆବଶ୍ୟକ ଓ ସୁବିଧା ଅନୁଯାୟୀ ବ୍ୟବହାର କରିବା ପରିବର୍ତ୍ତେ ଆମେମାନେ ଏହା ପଛରେ ରାତିଦିନ ପଡି ରହୁଥାଉ। ଯାହା ଫଳରେ ଆମକୁ ଶାରିରୀକ ସହ ମାନସିକ ରୋଗର ମଧ୍ୟ ଶିକାର ହେବାକୁ ପଡିଥାଏ। ଏହାଦ୍ୱାରା ଆମର ନିଦ୍ରାହାନି ଘଟିଥାଏ। ଆମକୁ କୌଣସି କଥା ଦୀର୍ଘ ସମୟ ଧରି ମନେ ରୁହେନି, ଅର୍ଥାତ୍‌ ଆମ ଭିତରେ ଭୁଲି ଯିବାର ରୋଗ ଦେଖାଯାଇଥାଏ। ଛୋଟ ପିଲା ଓ କିଶୋରମାନଙ୍କ ପାଇଁ ଏହା ଅଧିକ ଘାତକ ହୋଇଥାଏ।ତେବେ ଆସନ୍ତୁ ଜାଣିବା ମୋବାଇଲ ବର୍ତ୍ତମାନ ସମୟରେ କଣ ପାଇଁ ଦିନକୁ ଦିନ ବଡ ସମସ୍ୟା ହେବାରେ ଲାଗିଛି ଆଉ ଏହାର ସମାଧାନ ପାଇଁ ପଦକ୍ଷେପ କଣ ?

ବିଶେଷଜ୍ଞଙ୍କ କହିବାନୁଯାୟୀ ଦୀର୍ଘ ସମୟ ଧରି ମୋବାଇଲ ବ୍ୟବହାର କରିବା ଦ୍ୱାରା ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ। ବିଶେଷ କରି ୩-୪ ବର୍ଷର ଛୋଟ ପିଲାମାନେ ମୋବାଇଲ ଓ ଟ୍ୟାବଲେଟ ବହୁ ସମୟ ଧରିବା ଫଳରେ ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ରାତିରେ ବହୁ ସମୟ ଧରି ମୋବାଇଲ ସ୍କ୍ରିନ୍‌ ଦେଖିବା ଫଳରେ ଆଖି ଉପରେ ଏହାର ପ୍ରଭାବ ପଡିଥାଏ। ଆଜିକାଲି ଏହି କାରଣରୁ ଅଧିକାଂଶ ଲୋକଙ୍କ ନିକଟରେ ଆଖି ସମସ୍ୟା ଦେଖାଯାଉଛି। ସଠିକ୍‌ ପରିମାଣରେ ନ ଶୋଇବା ହେତୁ ଆମକୁ ଅନେକ ରୋଗ ହୋଇଥାଏ। କେବଳ ସେତିକି ନୁହେଁ କୌଣସି କାମରେ ସଠିକ୍‌ ଭାବରେ ମନ ଲାଗି ପାରେନି, ଆମେ ଏକ ପ୍ରକାର ବିରକ୍ତିଭାବ ଅନୁଭବ କରିଥାଉ।

 

ଡାକ୍ତରଙ୍କ କହିବାନୁଯାୟୀ ବେଳେବେଳେ ଆମେ ଥକି ଯାଇଥାଉ, ଶରୀର ବିଶ୍ରାମ ନେବାକୁ ଚାହୁଁଥିବା ବେଳେ ତଥାପି ଆମେ ନ ଶୋଇ ମୋବାଇଲ ପଛରେ ମାତିଥାଉ। ଏହା କେବଳ ପିଲାମାନଙ୍କ କ୍ଷେତ୍ରରେ ନୁହେଁ ବଂର ସେମାନଙ୍କ ଅଭିଭାବକ ମାନଙ୍କ କ୍ଷେତ୍ରରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥାଏ। ଯେଉଁମାନେ ରାତିରେ ଶୋଇବା ସମୟରେ ଲାଇଟ୍‌ ବନ୍ଦ ହୋଇଥିଲେ ମଧ୍ୟ ଚାଟିଙ୍ଗ, ଭିଡିଓ ଆଦି ଦେଖିବାରେ ବ୍ୟସ୍ତ ଥାନ୍ତି। ଏହି କାରଣରୁ ସ୍କ୍ରିନରୁ ବାହାରୁଥିବା ଲାଇଟ୍‌ ସିଧାସଳଖ ଆସି ଆଖିରେ ପଡିଥାଏ ଓ ଆଖି ସମସ୍ୟା ଦେଖାଦେଇଥାଏ। ଏଥିପାଇଁ ପିଲାମାନଙ୍କୁ ସ୍ମାର୍ଟଫୋନ୍‌ ଓ ଅନ୍ୟ ଡିଭାଇସ୍‌ ସୀମିତ ସମୟ ପାଇଁ ବ୍ୟବହାର କରିବା ଉଚିତ୍‌ ଓ ସେହିପରି ଅଭିଭାବକଙ୍କୁ ମଧ୍ୟ ଏହା ଉପରେ କମ୍‌ ସମୟ ବିତାଇବା ଆବଶ୍ୟକ।

ସମ୍ବନ୍ଧିତ ଖବର