ଭାରତକୁ ବରଫ ଆମଦାନିର ଇତିବୃତ୍ତ
ଆଜି ଦିନରେ ବରଫ ଆମ ପାଇଁ ଏକ ସହଜଲବ୍ଧ ଜିନିଷ। କିନ୍ତୁ ରେଫ୍ରିଜିରେଟର୍ ଓ ଆଇସ୍ ଫ୍ୟାକ୍ଟ୍ରି କାର୍ଯ୍ୟକ୍ଷମ ହେବା ପୂର୍ବରୁ ଅଧିକାଂଶ ଭାରତୀୟଙ୍କ ପାଇଁ ବରଫ ଦୁର୍ଲଭ ଥିଲା। ଇଂରେଜ ଭାରତକୁ ଆସି ଶାସନ କରିବା କାଳରେ ସେମାନଙ୍କ ପାଇଁ ଭାରତୀୟ ଗ୍ରୀଷ୍ମ ଅସହ୍ୟ ହୋଇପଡୁଥିଲା। ସେତେବେଳେ ଆମେରିକାର ଉଦ୍ୟୋଗୀ ଫ୍ରେଡେରିକ୍ ଟୁଡୋର୍ଙ୍କ ମନକୁ ଏକ ଚମତ୍କାର ଉପାୟ ଆସିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଫ୍ରେଡେରିକ୍ ବିଭିନ୍ନ ବ୍ୟବସାୟରେ ବିଫଳ ହେବା ପରେ ଆମେରିକାର ନ୍ୟୁ ଇଂଲଣ୍ଡ୍ର ବରଫାବୃତ ହ୍ରଦରୁ ବଡ଼ ବଡ଼ ବରଫ ଖଣ୍ଡ କାଟି ଉତ୍ତପ୍ତ ଦେଶମାନଙ୍କୁ ରପ୍ତାନି କରିବାର ଯୋଜନା କଲେ। ଅନେକ ଲୋକ ଫ୍ରେଡେରିକ୍ଙ୍କ ଏଭଳି ବ୍ୟବସାୟ ଯୋଜନାକୁ ଉଦ୍ଭଟ ଭାବି ତାଙ୍କର ଥଟ୍ଟା ପରିହାସ କରିଥିଲେ। କିନ୍ତୁ କ୍ରମେ ସେ ଏହାକୁ ଏକ ସଫଳ ବ୍ୟବସାୟରେ ପରିଣତ କଲେ। ୧୮୩୩ ମସିହା ମେ ମାସରେ ସେ ଏକ ଜାହାଜରେ ୧୦୦ ଟନ୍ ବରଫ ଲଦି କଲିକତା ଅଭିମୁଖେ ପଠାଇଲେ। ସେପ୍ଟେମ୍ବର ୧୩ରେ ଜାହାଜଟି କଲିକତା ପହଞ୍ଚିଲା ବେଳକୁ ସ୍ଥାନୀୟ ଲୋକମାନେ ସ୍ବଚ୍ଛ ଓ ବିରାଟ ବରଫ ଖଣ୍ଡଗୁଡ଼ିକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ବ୍ୟବସାୟ ଅତ୍ୟନ୍ତ ସଫଳ ହେବାରୁ ବମ୍ବେ, କଲିକତା ଓ ମାଡ୍ରାସ୍ରେ ବରଫ ଗଚ୍ଛିତ ରଖିବା ପାଇଁ ବଡ଼ ବଡ଼ କୋଠା ନିର୍ମାଣ କରାଯାଇଥିଲା। ବୋଷ୍ଟନ୍-ଭାରତ ମଧ୍ୟରେ ଏହି ବ୍ୟବସାୟ ଦୁଇ ଦଶନ୍ଧି ଧରି ଚାଲିଥିଲା। ୧୮୭୮ରେ ବେଙ୍ଗଲ ଆଇସ୍ କମ୍ପାନି କୃତ୍ରିମ ଉପାୟରେ ବରଫ ଉତ୍ପାଦନ ଆରମ୍ଭ କରିବାର ଚାରିବର୍ଷ ପରେ ଶେଷରେ ବରଫ ଆମଦାନି ବନ୍ଦ ହୋଇଯାଇଥିଲା।