ମାନବ ଜୀବନରେ ପଞ୍ଚମୁଖୀ ରୁଦ୍ରାକ୍ଷର ମହତ୍ତ୍ୱ

ରୁଦ୍ରାକ୍ଷ ମଧ୍ୟରେ ପଞ୍ଚମୁଖୀ ରୁଦ୍ରାକ୍ଷ ବିରଳ। ଏହି ରୁଦ୍ରାକ୍ଷର ଇଷ୍ଟଦେବ ହେଉଛନ୍ତି ମହାଦେବ। ଏହାକୁ ପରିଧାନ କଲେ ମଣିଷ ମନରୁ କାମ, କ୍ରୋଧ, ଲୋଭ, ମୋହ ଓ ଅହଙ୍କାର ଭାବ କ୍ଷୟ ହୁଏ। ରୁଦ୍ରାକ୍ଷ ମାଳା ବେକରେ ପକାଇଲେ ହୃଦ୍‌ରୋଗ, ରକ୍ତଚାପ, ମାନସିକ ଉତ୍ତେଜନା ଏବଂ ବ୍ୟାକୁଳ ଭାବ ଅନେକାଂଶରେ ଉପସମ ହୋଇଥାଏ।

ପଞ୍ଚମୁଖୀ ରୁଦ୍ରାକ୍ଷର ଇଷ୍ଟଗ୍ରହ ହେଉଛନ୍ତି: ବୃହସ୍ପତି ଏବଂ ଇଷ୍ଟଦେବ: ମହାଦେବ। ଏହାକୁ ସୋମବାର ଦିନ ପରିଧାନ କରାଯାଏ। ଏହାର ମନ୍ତ୍ର ହେଉଛି: ଓଁ ହ୍ରୀଂ ନମଃ।

ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ବ୍ୟତିରେକେ, ପଞ୍ଚମୁଖୀ ରୁଦ୍ରାକ୍ଷର ମାଳା ପରିଧାନ କଲେ ସୌଭାଗ୍ୟ ମିଳିବା ସହ ବିଦ୍ୟା ଅର୍ଜ୍ଜନରେ ବି ସଫଳତା ମିଳେ।

ସମ୍ବନ୍ଧିତ ଖବର