ଆରମ୍ଭ ହେଲା ଶ୍ରାବଣ ମାସ: ଶିବଙ୍କୁ ତୃପ୍ତ କରାଇବା ପାଇଁ ଏହି ସବୁ କାର୍ଯ୍ୟ କରନ୍ତୁ ଏବଂ ଏସବୁ କରିବା ମନା!

ବର୍ଷର ୪ର୍ଥ ତମ ମାସ ହେଉଛି ଶ୍ରାବଣ। ବୈଶାଖ, ଜ୍ୟୋଷ୍ଠ ଓ ଆଶାଢ଼ ପରେ ଏହି ମାସ ପଡ଼େ। ଏହି ମାସକୁ ଈଶ୍ୱର ଶିବଙ୍କ ମାସ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି। ଏଥିପାଇଁ ଅନେକ ଶିବ ଭକ୍ତ ଶ୍ରାବଣ ସୋମବାରରେ ଉପାସ ରହି ବ୍ରତ ରଖନ୍ତି, ତାହାକୁ କୁହାଯାଏ ‘ଶ୍ରାବଣ ସୋମବାର ବ୍ରତ’। କେହି କେହି ମଙ୍ଗଳବାର ବି ବ୍ରତ ରଖିଥାନ୍ତି, ତାହାକୁ କୁହାଯାଏ ‘ମଙ୍ଗଳ ଗୌରୀ ବ୍ରତ’। ଏହି ବ୍ରତଟି ମାଆ ପାର୍ବତୀଙ୍କ ଉଦେଶ୍ୟରେ।

ବିଶ୍ୱାସ କରାଯାଏ ଯେ ଏହି ମାସରେ ଭଗବାନ ଶିବଙ୍କୁ ପୂଜା କରେ ବିବାହ, ସଫଳତା ଓ ସୁଖମୟ ଜୀବନ ପ୍ରାପ୍ତ ହୋଇଥାଏ। ଯେହେତୁ ଶିବଙ୍କୁ ତାନ୍ତ୍ରିକଙ୍କ ଦେବତା ବୋଲି ମନାଯାଏ। ଏହି ମାସରେ ଅନେକ ତନ୍ତ୍ର ପୂଜା ବି କରିଥାନ୍ତି।

ଏହି ମାସରେ ଅନେକ ହିନ୍ଦୁ ପର୍ବ ପଡ଼ିଥାଏ। ‘ଜନ୍ମାଷ୍ଟମୀ’, ‘ରକ୍ଷା ବନ୍ଧନ’, ‘ନାଗ ପଞ୍ଚମୀ’ ଓ ‘ତେଜ୍‌’ ଆଦି ଏହି ଶ୍ରାବଣରେ ପଡ଼େ।

ଏହି ମାସରେ ଶିବ ନିଜ ଭକ୍ତମାନଙ୍କ ଭୁଲ୍‌କୁ କ୍ଷମା କରି ତାଙ୍କୁ ନୂଆ କରି ଜୀବନ ଗଢ଼ିବା ପାଇଁ ଆଶିର୍ବାଦ କରନ୍ତି। ଏହି ମାସରେ ହର-ପାର୍ବତୀଙ୍କୁ ପୂଜା କଲେ ନକରାତ୍ମକ ଭାବନା ଦୂରେଇ ଯିବା ସହ ସୌଭାଗ୍ୟ ମିଳିଥାଏ ବୋଲି ବିଶ୍ୱାସ କରାଯାଏ।

ଏହି ମାସରେ ସୂର୍ଯ୍ୟୋଦୟ ପୂର୍ବରୁ ବିଛଣା ତ୍ୟାଗ କରି, ସ୍ନାନ ସାରିବା ପରେ ମନ୍ଦିର ଯାଆନ୍ତୁ। ମନ୍ଦିରରେ ମହାଦେବଙ୍କୁ ପାଣି କିମ୍ବା ଦୁଗ୍ଧ ଅର୍ପଣ କଲେ ଖୁବ୍‌ ଭଲ ବୋଲି ବିଶ୍ୱାସ ରହିଛି।

ଏମିତିରେ ଦେଖିବାକୁ ଗଲେ ଆତ୍ମକୁଶଳେ ସର୍ବସିଦ୍ଧି। ମାତ୍ର ଯଦି ଶିବଙ୍କ କଥା ଉଠେ ତେବେ, ଶ୍ରାବଣ ମାସରେ ଅମୀଷ ତ୍ୟାଗ ଶୁଭଙ୍କର ହୋଇଥାଏ।

ଯଦି ଆପଣଙ୍କର କୌଣସି ଶାରୀରିକ ସମସ୍ୟା ଅଛି ତେବେ ଆପଣ ଏହି ମାସରେ ୧୯୮ ଥର ଲେଖାଏ ଦୈନିକ ‘ମହ୦ାମୃତୁଞ୍ଜୟ’ ମନ୍ତ୍ର ଜପ କଲେ ଉପଶମ ମିଳେ ବୋଲି ବିଶ୍ୱାସ ରହିଛି।

ଶ୍ରାବଣ ମାସରେ ଗୋମାତାଙ୍କୁ ଖାଇବାକୁ ଦେବା ଖୁବ ଭଲ ହୋଇଥାଏ। ଗାଧେଇ ସାରିବା ପରେ ଏହି ମାସରେ ଗୋମାତାକୁ ଖୁଆଇଲେ ଭଲ।

କେବଳ ଗୋମାତା କାହିଁକି, ଗରିବ ଭୋଜନ କରାଇବା ବି ଶ୍ରାବଣ ମାସ ପାଇଁ ଅତିଉତ୍ତମ ମାସ ହୋଇଥାଏ।

୧୦୮ ନହେଲେ ବି ଶିବଙ୍କୁ ଦିନକୁ ୨୧ଟି ବେଲପତ୍ର ଦେଇ ତାଙ୍କ ପୂଜା କରିପାରନ୍ତି। ଚନ୍ଦନ ଲଗାଇ ବେଲ ପତ୍ର ଦେଲେ ଆହୁରି ଭଲ।

ଏହି ମାସରେ ନିଜ ଘରକୁ ପବିତ୍ର ରଖିବା ପାଇଁ ଗୋମୁତ୍ର ଛିଞ୍ଚିଲେ ଘର ଭିତରୁ ଖରାପ ପ୍ରଭାବ ସବୁ ଚାଲି ଯାଇଥାଏ।

ଶ୍ରାବଣ ମାସରେ ଆମୀଷ ଭକ୍ଷଣକୁ ବାରଣ କରାଯାଇଥିବା ଭଳି ସାପକୁ ବାଡ଼େଇବା ବି ପାପ ହୋଇଥାଏ। ଏଥିପ୍ରତି ଯତ୍ନବାନ ରୁହନ୍ତୁ

ସମ୍ବନ୍ଧିତ ଖବର