ନୂଆଦିଲ୍ଲୀ: ନିଜ ପତ୍ନୀଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ଭାରତୀୟ ବାୟୁସେନା(ଆଇଏଏଫ୍) ଅଧିକାରୀ ତାଙ୍କ ପତ୍ନୀ ଯେଉଁ ସ୍କୁଲ୍ରେ ୨୧ ବର୍ଷ ଧରି ଶିକ୍ଷା ଦାନ କରୁଥିଲେ ସେଠାକୁ ୧୭ ଲକ୍ଷ ଟଙ୍କା ଦାନରେ ଦେଇଛନ୍ତି।
ସରକାରୀ ରିଲିଜ୍ରୁ ଜାଣିବାକୁ ମିଳିଛି ଯେ ଏହି ଘୋଷଣା ଓ୍ଵିଙ୍ଗ୍ କମାଣ୍ଡର ଜେପି ବାଦୁନି କରିଛନ୍ତି, ଯିଏକ ଜଣେ ଖାତନାମା ବାୟୁସେନା ଅଧିକାରୀ।
ଏହି କମାଣ୍ଡରଙ୍କ ପତ୍ନୀ ବିଦୁ ବାଦୁନି ଜଣେ ଶିକ୍ଷୟିତ୍ରୀ ଥିଲେ। ୧୯୮୬ ମସିହାରୁ ସେ ଏୟାରଫୋର୍ସ ଗୋଲଡେନ୍ ଜୁବ୍ଲି ଇନ୍ଷ୍ଟିଟ୍ୟୁଟ୍ରେ ଦୀର୍ଘ ୨୧ ବର୍ଷ ଧରି ଶିକ୍ଷାଦାନ କରି ଆସୁଥିଲେ।
ଦୃଦ୍ଘାତରେ ସେ ଚଳିତବର୍ଷ ଫେବ୍ରୁଆରି ୬ ତାରିଖରେ ପ୍ରାଣ ହରାଇଛନ୍ତି। ତାଙ୍କରି ସ୍ମୃତିରେ ତାଙ୍କ ସ୍ୱାମୀ ସେ ଯେଉଁ ସ୍କୁଲ୍ରେ ଦୀର୍ଘ ବର୍ଷ ଧରି ପାଠ ପଢ଼ାଇ ଆସୁଥିଲେ ସେ ହି ସ୍କୁଲ୍କୁ ୧୭ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।
ସେହି ଟଙ୍କାରୁ ୧୦ ଲକ୍ଷ ପଞ୍ଚମରୁ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପୁରସ୍କାର ଓ ମେଧାବୀ ବୃତ୍ତିରେ ବ୍ୟବହୃତ ହେବ। ଅନ୍ୟ ୭ ଲକ୍ଷ ସ୍କୁଲ୍ର ବିକାଶ କାର୍ଯ୍ୟରେ ବ୍ୟବହୃତ ହେବ ବୋଲି ଜାଣିବାକୁ ମିଳିଛି।