ପାଣି ଭାବି ଏସିଡ୍‌ ପିଇ ଦେଲା ଯୁବତୀ, ଜାଣନ୍ତୁ ତା’ପରେ କ’ଣ ହେଲା?

ନୂଆଦିଲ୍ଲୀ : ଘରେ ଏସିଡ୍‌ ରଖିବା କେତେ ଘାତକ ହୋଇପାରେ,ତାହା ଏବେ ଜଣାପଡ଼ିଛି। ନିଉ ଉସମାନ୍‌ପୁର ଅଞ୍ଚଳରେ ଘଟିଛି ଏକ ଅଘଟଣ। ସେଠାରେ ଜଣେ ଯୁବତୀ ତରବରିଆ ଭାବେ ପାଣି ଭାବି ନିଜ ରୁମ୍‌ରେ ଥିବା ଏସିଡ୍‌ ପିଇ ଦେଲା। ଏହି ଯୁବତୀର ନାଆଁ ହେଲା ପୁଷ୍ପା। ତା’ର ବୟସ ହେଲା ୧୮ ବର୍ଷ। ଏ କଥା ଜାଣିବା ପରେ ପରିବାର ଲୋକେ ପୁଷ୍ପାକୁ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ଚିକିତ୍ସା ଚାଲିଥିବାବେଳେ ପୁଷ୍ପାର ମୃତ୍ୟୁ ଘଟିଥିବା ଜଣାଯାଇଛି।


ଶବ ବ୍ୟବଚ୍ଛଦ ପରେ ପୁଲିସ ଶବକୁ ପରିବାରକୁ ହସ୍ତାନ୍ତର କରିଛନ୍ତି। ନିଉ ଉସମାନପୁର ଥାନାର ଅଧିକାରୀଙ୍କ ସୂଚନା ଅନୁଯାୟୀ ଯୁବତୀ ଜାଣିଶୁଣି ଏସିଡ୍‌ ପିଇ ନ ଥିଲା। ପୁଷ୍ପାର ପରିବାର ବ୍ରହ୍ମପୁରୀରେ ରହନ୍ତି। ତାର ବାପା ପୁରନ ଲାଲ୍‌,ମାଆ,ଦୁଇ ଭାଇ ଓ ଛଅ ଭଉଣୀ। ସେଠାରେ ତା’ର ବାପା ଛୋଟମୋଟ କାମ କରି ପରିବାରର ଭରଣପୋଷଣ କରନ୍ତି। ଘର ଲୋକଙ୍କ କହିବା ଅନୁଯାୟୀ ଟଏଲେଟ୍‌ ସଫା କରିବା ଲାଗି ଏସିଡ୍‌ ରଖାଯାଇଥିଲା। ଏହା ଜାଣି ନ ଥିଲା ପୁଷ୍ପା। ଏଣୁ ଅଜାଣତରେ ଏସିଡକୁ ପାଣି ଭାବି ପିଇ ଭାବି ପିଇଦେଇଥିଲା।

ସମ୍ବନ୍ଧିତ ଖବର