ଚୀନ ଇତିମଧ୍ୟରେ ୧୨ଟି ଏଆଇ ଚାଳିତ ସାଟେଲାଇଟ୍ ପୃଥିବୀର କକ୍ଷରେ ସ୍ଥାପନ କରିଛି। ସମୁଦାୟ ୨୮୦୦ଟି ଉପଗ୍ରହ ସ୍ଥାପନ ହେବା ପରେ ଏହା ବିଶ୍ବର ସବୁଠାରୁ ଦ୍ରୁତ ସୁପରକମ୍ପ୍ୟୁଟର୍‌ ସିଷ୍ଟମ୍ ପାଲଟିବ

Advertisment

ଏଆଇ-ଚାଳିତ ଉପଗ୍ରହ ବ୍ୟବହାର କରି ଚୀନ ମହାକାଶରେ ବିଶ୍ୱର ପ୍ରଥମ ସୁପର୍‌କମ୍ପ୍ୟୁଟର୍ ନେଟ୍‌ଵର୍କ ନିର୍ମାଣ କରୁଛି। ସେଥିପାଇଁ ଗତ ସପ୍ତାହରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଚୀନ୍ ଏରୋସ୍ପେସ୍ ସାଇନ୍‌ସ ଆଣ୍ଡ୍ ଟେକ୍‌ନୋଲୋଜି କର୍ପୋରେସନ୍ ୧୨ଟି ଏଆଇ-ଚାଳିତ ଉପଗ୍ରହ ପ୍ରକ୍ଷେପଣ କରିଛି। ଚୀନ୍‌ର ‘ଷ୍ଟାର୍ କମ୍ପ୍ୟୁଟିଂ’ ପ୍ରଳ୍ପଳ୍ପର ଅଂଶସ୍ବରୂପ ୨,୮୦୦ ଉପଗ୍ରହ ମଧ୍ୟରୁ ପ୍ରଥମ ଦଫାରେ ଲଙ୍ଗ୍ ମାର୍ଚ୍ଚ ୨ଡି ରକେଟ୍ ସାହାଯ୍ୟରେ ୧୨ଟି ଉତ୍‌କ୍ଷେପଣ କରାଯାଇଛି ଏବଂ ସଫଳତାର ସହ ସେଗୁଡ଼ିକୁ କକ୍ଷପଥରେ ସ୍ଥାନିତ ହୋଇଛନ୍ତି। ଏକ ଡଜନ ଉପଗ୍ରହ ମଧ୍ୟରୁ ପ୍ରତ୍ୟେକଟି ପ୍ରତି ସେକେଣ୍ଡରେ ୭୪୪ ଟ୍ରିଲିୟନ୍ ଡେଟା ପ୍ରକ୍ରିୟାକରଣ କରିପାରିବ। ଏହାର ସେକେଣ୍ଡ୍ ପିଛା ତଥ୍ୟ ବିନିମୟ ବେଗ ହେଉଛି ୧୦୦ ଗିଗାବାଇଟ୍। ଏହି ଉପଗ୍ରହଗୁଡ଼ିକରେ ୮୦୦ କୋଟି ପାରାମିଟର୍ ବିଶିଷ୍ଟ ମହାକାଶ-ଭିତ୍ତିକ ଏଆଇ ମଡେଲ୍‌ ଖଚିତ ହୋଇଛି, ଯାହା କକ୍ଷପଥରେ ସିଧାସଳଖ ସଂଗୃହୀତ ତଥ୍ୟ ପ୍ରକ୍ରିୟାକରଣ କରିପାରିବ। ଏହା ପୃଥିବୀର ଯେକୌଣସି ସୁପର୍‌କମ୍ପ୍ୟୁଟର୍ ଠାରୁ ଅଧିକ ଶକ୍ତିଶାଳୀ ହେବ। 

ଏକ ଆକଳନ ଅନୁଯାୟୀ, ବିଶ୍ୱବ୍ୟାପୀ ଡେଟା ସେଣ୍ଟରଗୁଡ଼ିକ ୨୦୨୬ ସୁଦ୍ଧା ୧,୦୦୦ ଟେରାୱାଟ୍ଆଵାର୍‌ରୁ ଅଧିକ ବିଦ୍ୟୁତ୍ ବ୍ୟବହାର କରିବେ। ତେବେ ଚୀନ ମହାକାଶରେ ଏହି ସୁପର୍‌କମ୍ପ୍ୟୁଟର୍‌ ସ୍ଥାପନ କରିବା ଦ୍ବାରା ପୃଥିବୀପୃଷ୍ଠରେ ଏହାକୁ ଥଣ୍ଡା ରଖିବା ଲାଗି ଆବଶ୍ୟକ ପ୍ରଚୁର ବିଦ୍ୟୁତ୍‌ଶକ୍ତି ମଧ୍ୟ ବଞ୍ଚିଯିବ। ସମ୍ପ୍ରତି ଉପଗ୍ରହ ଦ୍ୱାରା ସଂଗୃହୀତ ତଥ୍ୟର ୧୦ ପ୍ରତିଶତରୁ କମ୍ ପୃଥିବୀକୁ ପଠାଯାଏ, କାରଣ ତଥ୍ୟ ପ୍ରେରଣର ବେଗ ଓ ସୀମିତ ସାଧନ ଏ ଦିଗରେ ବାଧକ ସାଜିଥାଏ। ଚୀନର ଏହି ନୂତନ ପ୍ରୟାସ ଫଳରେ ବିଭିନ୍ନ ସାଟେଲାଇଟ୍‌ ସଂଗ୍ରହ କରୁଥିବା ତଥ୍ୟଗୁଡ଼ିକୁ ପୃଥିବୀର ଡେଟା ପ୍ରୋସେସିଂ ସେଣ୍ଟରକୁ ନ ପଠାଇ ସିଧାସଳଖ ସେହି ମହାକାଶରେ ହିଁ ତାହାର ପ୍ରକ୍ରିୟାକରଣ ହୋଇ ଗବେଷଣାରେ ବିନିଯୋଗ କରିହେବ।