ମଧ୍ୟପ୍ରଦେଶର ଏହି ଗାଁକୁ ଆସି ଧନୀ ଲୋକମାନେ ମାସିକିଆ ବା ବର୍ଷକିଆ ଭଡ଼ାରେ ନେଇଥାନ୍ତି ସ୍ତ୍ରୀ !

ଭୋପାଲ୍‌: ମହିଳାମାନଙ୍କୁ ସେମାନଙ୍କ ଅଧିକାର ଦେବା ପାଇଁ ଢେର ଦିନ ହେବ ସଂଘର୍ଷ ଆରମ୍ଭ ହେଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କୁ ସମ୍ମାନ ମିଳିପାରି ନାହିଁ । ଆଜି ବି ଦେଶର ଅନେକ କୋଣରେ ମହିଳାଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ ରଖା ଯାଉଥିବା ଦେଖିବାକୁ ମିଳେ। କିଛି ମହିଳା ଏବେ ବି ଘରର ଚାରି କାନ୍ଥ ଭିତରେ ବନ୍ଦୀ ହୋଇ ରହିଛନ୍ତି । ମହିଳାମାନଙ୍କୁ ସଶକ୍ତ କରାଇବା ପାଇଁ ସରକାର ଅନେକ ପ୍ରଚେଷ୍ଟା କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ଅନେକ ମହିଳା ନିର୍ଯାତନାର ଶିକାର ହେଉଛନ୍ତି, କିଛି ବିବାହ ପୂର୍ବରୁ ତ କିଛି ବିବାହ ପରେ । ଦେଶରେ ଏହି କିଛି ବର୍ଷ ମଧ୍ୟରେ ଦୁଷ୍କର୍ମର ସଂଖ୍ୟା ବଢ଼ି ଚାଲିଥିବା ବେଳେ ଦେଶରେ ଏମିତି ସ୍ଥାନ ରହିଛି ଯେଉଁଠି ସ୍ୱାମୀମାନେ କେଇଟା ଟଙ୍କା ପାଇଁ ନିଜ ସ୍ତ୍ରୀକୁ ବିକି ଦେଇଥାନ୍ତି ।

Indian Adda

ଅଜ୍ଞା ହଁ ! ମଧ୍ୟପ୍ରଦେଶର ଶିବ୍‌ପୁରୀ ଜିଲ୍ଲାରେ ଏପରି ଘଟଣା ଘଟୁଥିବାର ଖବର ଏବେ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି । ଯେଉଁ ଧନୀବ୍ୟକ୍ତିମାନେ ଜୀବନସାଥି ଖୋଜିବାରେ ବିଫଳ ହୋଇଥାନ୍ତି । ସେମାନେ ଏଠାକୁ ଆସି ମାସକ ବା ବର୍ଷକ ପାଇଁ ମହିଳାମାନଙ୍କୁ ଭଡ଼ାରେ ନେଇଥାନ୍ତି । ମାତ୍ର ୧୦ଟଙ୍କାର ଷ୍ଟାମ୍ପ କାଗଜରେ ହସ୍ତାକ୍ଷର କରି ସେମାନେ ଏହି ଜିଲ୍ଲାର ମହିଳାଙ୍କୁ ନିଜ ସାଥୀରେ ନେଇଥାନ୍ତି । ମାସେ ଏବଂ ବର୍ଷେ ରହିବା ପରେ ଯଦି ସେମାନେ ଆଉ କିଛି ଦିନ ରହିବାକୁ ଚାହାଁନ୍ତି ତେବେ କରାଯାଇଥିବା ଚୁକ୍ତିର ନବୀକରଣ ମଧ୍ୟ କରାଇ ପାରିବାର ସୁବିଧା ଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର