ନିଜ ଜୀବନକୁ ବାଜି ଲଗାଇଲେ ଆୟକର ବିଭାଗ ଅଧିକାରୀ, ପାଟିରେ ପାଣି ଭର୍ତ୍ତି କରି ଏଭଳି ବଞ୍ଚାଇଲେ ସାପର ଜୀବନ

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ଆୟକର ବିଭାଗ ଅଧିକାରୀ ଗୋଟିଏ ସାପର ଜୀବନ ବଞ୍ଚାଇବାକୁ ଯାଇ ଯେଉଁ ଦୁଃସାହାସିକ କାମ କରିଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସାପକୁ ଆଘାତ ଲାଗିଥିବା ଦେଖି ଆୟକର ବିଭାଗ ଅଧିକାରୀ ଶେରସିଂହ ଗିନ୍ନୋର ତାକୁ ଷ୍ଟ୍ର ଜରିଆରେ ପାଣି ପିଆଇଥିଲେ । ନିଜ ପାଟିରେ ପାଣି ଭର୍ତ୍ତି କରି ଷ୍ଟ୍ର ଜରିଆରେ ସାପକୁ ପାଣି ଦେଇଥିଲେ । ଏହା ପରେ ସାପକୁ ବାନ୍ତି କରାଇ ତା’ର ଜୀବନ ବଞ୍ଚାଇଥିଲେ ଶେରସିଂହ ।

aajtak.intoday.in

ସୂଚନା ମୁତାବକ, ଶନିବାର ଝଲରିଆ ଗ୍ରାମର ଲୋକମାନେ ବିଷାକ୍ତ ସାପକୁ ଦେଖି ଡ଼ରି ଯାଇଥିଲେ । ଯାହା ପରେ ସେମାନେ ସାପ ଉପରେ କୀଟନାଶକ ପକାଇବା ଦ୍ୱାରା ସାପଟି ଅଚେତ ହୋଇ ଯାଇଥିଲା । ଏହା ପରେ ଗାଁ ଲୋକେ ଆୟକର ବିଭାଗ ଅଧିକାରୀ ଶେରସିଂହ ଗିନ୍ନୋର ସାପ ଧରିବାରେ ମାହିର ବୋଲି ଜାଣି ତାଙ୍କୁ ସଂପର୍କ କରିଥିଲେ । ଖବର ପାଇ ଆୟକର ବିଭାଗ ଅଧିକାରୀ ଶେରସିଂହ ଗିନ୍ନୋର ସାପ ଅଚେତ ପଡ଼ିଥିବା ସ୍ଥାନରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ । ଷ୍ଟ୍ର ସାହାଯ୍ୟରେ ସାପକୁ ପାଣି ଦେବା ଦ୍ୱାରା ପାଣିର ଚାପରେ ସାପଟି ବାନ୍ତି କରିଥିଲା । ଯାହା ଦ୍ୱାରା ତା’ ଶରୀରର ସବୁ ବିଷ ବାହାରକୁ ବାହାରି ଯାଇଥିଲା ।

ସମ୍ବନ୍ଧିତ ଖବର