ମୃତୁ ହେବାର କିଛି ଘଣ୍ଟା ପରେ ହିଁ ଶବ ପଚିବା ଆରମ୍ଭ କରିଥାଏ। ସେଥିପାଇଁ ଶବକୁ ପୋତା ଯାଇଥାଏ ବା ପୋଡ଼ା ଯାଇଥାଏ। ଏହା ସତ୍ତ୍ୱେ ଦୁନିଆରେ ବର୍ଷ ବର୍ଷ ହେବ ଏମିତି କେତେକ ଶବ ନଷ୍ଟ ନ ହୋଇ ଆଜି ଯାଏଁ ଭଲ ରହିଛି। ସେ ସବୁ ମଧ୍ୟରୁ କିଛି ଶବକୁ ସୁରକ୍ଷିତ ରଖିବାର ଉପାୟ କରାଯାଇଥିବା ବେଳେ, ଆଉ କିଛି ଶବ ବିନା କୌଣସି ଉପାୟରେ ସତେଜ ରହିଛି।
ଭ୍ଲାଦିମିର ଲେନିନ୍: ସୋଭିଏତ୍ ସଂଘର ନେତା ଭ୍ଲାଦିମିର୍ ଲେଲନ୍ଙ୍କର ମୃତ୍ୟୁ ୧୯୨୪ ମସିହାରେ ହୋଇଥିଲା। ଦେଶର ଆଗାମୀ ପିଢ଼ୀକୁ ପ୍ରେରିତ କରିବା ଲାଗିସୋଭିଏତ୍ ସରକାର ତାଙ୍କ ଶବକୁ ସୁରକ୍ଷିତ ରଖିବାକୁ ଚାହୁଁଥିଲେ। ତେଣୁ ଭ୍ଲାଦିମିର୍ ଲେଲିନ୍ଙ୍କର ଶବକୁ ରାସାୟନିକ ପଦାର୍ଥ ଓ ଇଞ୍ଜେକ୍ସନ୍ ଦେଇ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ରଖଇଛି। ଦେଖିଲେ ମନେହୁଏ ସେ ମୃତ ନୁହଁନ୍ତି, ଜୀବିତ!
ସନ୍ଥ ଫ୍ରାନ୍ସିସ୍ ଜେଭିଅର୍: ଭାରତର ପୁରାତନ ଗୋଆରେ ଅବସ୍ଥିତ ‘ବେସିଲିକା ଆବ୍ ବୋମ୍ ଜୀସସ୍’ଠାରେ ସନ୍ଥ ଫ୍ରାନ୍ସିସ୍ ଜେଭିଅର୍ଙ୍କର ଶବକୁ ଅଜି ପର୍ଯ୍ୟନ୍ତ ସାଧାରଣ ଅବସ୍ଥାରେ ରଖାଯାଇଛି। ଆଜକୁ ୪୬୦ ବର୍ଷ ପୂର୍ବରୁ ବିନା କୌଣସି ଲେପ ବା ମସଲାରେ ସଂରକ୍ଷିତ କରାଯାଇଥିବା ତାଙ୍କ ଶବ ସତେଜ ରହିଛି।
ରୋଜାଲିଆ ଲୋମବ୍ାର୍ଡୋ: ସିସଲିର ରାଜଧାନୀ ପାଲେର୍ମୋ ଠାରେ ଦୁଇ ବର୍ଷର ଶିଶୁରୋଜାଲିଆ ଲୋମବ୍ାର୍ଡୋର ଶବକୁ ରଖାଯାଇଛି। ୧୯୨୦ ମସିହାରେ ତା’ର ମୃତ୍ୟୁ ହୋଇଥିଲା। ତେବେ ରୋଜାଲିଆ ଲୋମବ୍ାର୍ଡୋଙ୍କ ପିତା ବିଶେଷଜ୍ଞଙ୍କ ଦ୍ୱାରା ନିଜ ଝିଅର ଶବକୁ ସୁରକ୍ଷିତ ରଖିବା ଲାଗି ଆଲ୍କହଲ୍, ସିଲିସାଇଲିକ୍ ଏସିଡ଼୍ ଏବଂ ଗ୍ଲିସେରିନ୍ ଇତ୍ୟାକୁ ମିଶ୍ରଣ କରି ଏମିତି ଏକ ମସଲା ପ୍ରସ୍ତୁତ କରିଥିଲେ, ଯଦ୍ଦ୍ଵାରା ଆଜି ପର୍ଯ୍ୟନ୍ତ ରୋଜାଲିଆ ଲୋମବ୍ାର୍ଡୋଙ୍କ ଶବ ସୁରକ୍ଷିତ ରହିଛି।
ଡୈଶୀ-ଡୋରଜହୋ ଇଟିଗିଲୋବ: ଡୋରଜହୋ ଇଟିଗିଲୋବ ଥିଲେ ଜଣେ ବୌଦ୍ଧ ଭିକ୍ଷୁ। ୧୯୨୭ରେ ଧ୍ୟାନସ୍ଥ ଅବସ୍ଥାରେ ସେ ମୃତ୍ୟୁବରଣ କରିଥିଲେ। ତାଙ୍କ ଶବକୁ ଠିକ୍ ସେହିଭଳି ଅବସ୍ଥାରେ ଭୂମି ଉପରେ ସମାଧି ଦିଆଯାଇଥିଲା। ୧୯୫୫ରେ ଇଟିଗିଲୋବଙ୍କ ଅନୁଗତମାନେ ତାଙ୍କର ସମାଧି ସ୍ଥଳକୁ ଖୋଲିଲା ପରେ ଦେଖିଥିଲେ ଯେ ଉକ୍ତ ଶବ ପୂର୍ବଭଳି ଧ୍ୟାନସ୍ଥ ଅବସ୍ଥାରେ ରହିଛି। ପରେ ଏହି ଶବକୁ ଖାମ୍ବୟନ ପ୍ୟାଲେସ୍ର ଟେମ୍ପଲ୍କୁ ସ୍ଥାନାନ୍ତର କରାଯାଇଛି।
ଜନ୍ ଟୋରିଂଗଟନ୍: ୧୮୪୬ରେ ଇଂରେଜ୍ ଅଫିସର୍ ଜନ୍ ଟୋରିଂଗଟନ୍ ନାର୍ଥବିଷ୍ଟ୍ ପ୍ୟାସେଜ୍ ଖୋଜିବା ଅଭିଯାନରେ ଥିବାବେଳେ ମୃତ୍ୟୁବରଣ କରିଥିଲେ। ସେତେବେଳେ ତାଙ୍କୁ ହୋଇଥିଲା ମାତ୍ର ୨୨ବର୍ଷ। ମୃତ୍ୟୁପରେ ତାଙ୍କ ଶବକୁ କାନାଡ଼ାର ଆର୍କଟିକ୍ ବୈରନ୍ ଟୁଂଡ୍ରାରେ ପୋତା ଯାଇଥିଲା। ୧୯୮୪ରେଜନ୍ ଟୋରିଂଗଟନ୍ଙ୍କ ଶବକୁ ସ୍ଥାନାନ୍ତର କରାଯିବାକୁ ସମାଧି ଖେଳା ଯିବାରୁ ତାଙ୍କ ଶରୀର ପୂର୍ବଭଳି ସତେଜ ଅବସ୍ଥାରେ ଥିବାର ଦେଖାଯାଇଥିଲା।
ଲେଡି ଜିନ୍ ଝୁଈ: ଏହା ହେଉଛି ଦୁନିଆର ସବୁଠୁଁ ଉତ୍ତମ ଭାବେ ସଂରକ୍ଷିତ କରି ରଖାଯାଇଥିବା ମମିଗୁଡ଼ିକ ମଧ୍ୟରୁ ଗୋଟାଏ।ଲେଡି ଜିନ୍ ଝୁଈ ହାନ୍ ଥିଲେ ଜଣେ ରାଜନୀତିଜ୍ଞଙ୍କ ପତ୍ନୀ। ତାଙ୍କର ମୃତ୍ୟୁ ଖ୍ରୀଷ୍ଟପୂର୍ବ ୧୬୩ରେ ହୋଇଥିଲା। ୨୦୦୦ ବର୍ଷ ପରେ ଅର୍ଥାତ୍ ୧୯୭୨ରେ ଲେଡ଼ି ଜିନ୍ ଝୁଈଙ୍କର କବରକୁ ଖୋଳା ଯାଇ ଦେଖାଗଲା ଯେ ତାଙ୍କ ଶବ ସୁରକ୍ଷିତ ରହିଛି। ଶୀରାପ୍ରଶିରାରେ ରକ୍ତ ରହିଥିବା ମଧ୍ୟ ଦେଖାଯାଇଥିଲା। ବୈଜ୍ଞାନିକମାନେ ମତ ଦେଇଥିଲେ ଯେ, ଲେଡି ଜିନ୍ ଝୁଈଙ୍କୁ ମୃତ୍ୟୁ ହୃତ୍ଘାତ ଜନିତ କାରଣରୁ ହୋଇଥିବା ହେତୁ ତାଙ୍କ ଶରୀରରେ ରକ୍ତ ଥିବାର ଦେଖାଯାଉଛି।
ସନ୍ଥ ଜୀଟା: ଇତାଲିର ଲୁକ୍କା କର୍ବେରେ ଅବସ୍ଥିତ ବୈସେଲିକା ଡି ସୈନ ଫ୍ରେଡ୍ରିଆନୋ ଠାରେ ସନ୍ଥ ଜୀଟାଙ୍କ ଶବ ରଖାଯାଇଥିଲା। ସେ ଜଣେ କ୍ୟାଥୋଲିକ୍ ସନ୍ଥ। ସେ ରୋଗଗ୍ରସ୍ଥଲୋକଙ୍କୁ ସାହଯ୍ୟ କରୁଥିଲେ। ୧୨୭୨ ମସହାରେ ସନ୍ଥ ଜୀଟାଙ୍କର ମୃତ୍ୟୁ ହେବାବେଳେ ତାଙ୍କ ଘର ଉପରେ ଏକ ତାରକା ଦେଖାଯାଇଥିଲା। ୧୫୮୦ରେ ସେଂଟ ଜୀଟାଙ୍କ କବର ଖୋଳାଯାଇ ଦେଖାଗଲା କି ତାଙ୍କ ଶବ ସୁରକ୍ଷିତ ଅବସ୍ଥାରେ ରହିଛି। ତେଣୁ ୧୬୬୯ ମସିହାରେ ସନ୍ଥ ଜୀଟାଙ୍କୁ ସନ୍ଥ ବୋଲି ଘୋଷଣା କରାଗଲା।
ଟୋଲୁଂଡ ମୌନ: ଡ଼େନ୍ମାର୍କର ଜଟ୍ଲ୍ୟାଣ୍ଡ୍ ଉପଦ୍ୱୀପରେ ଟୋଲୁଂଡ୍ ମୌନଙ୍କର ଶବ ସୁରକ୍ଷିତ ଭାବରେ ରହିଛି। ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଟୋଲୁଂଡ ମୌନଙ୍କ ମୃତ୍ୟୁ ଖ୍ରୀଷ୍ଟପୂର୍ବ ଶତାବ୍ଦୀରେ ହୋଇଥିଲା। ଟୋଲୁଂଡ ମୌନଙ୍କ ଶବ ହାରାହାରି ଖ୍ରୀଷ୍ଟପୂର୍ବ ୩୩୫୯ ରୁ ୩୧୦୫ ବର୍ଷ ପୁରୁଣା।
ଲା ଡୋଂସେଲା: ଦକ୍ଷିଣ ଆମେରିକାରେ ଅବସ୍ଥିତ ୟୁରୋପିଅନ୍ ଠାରେ ବସତି ସ୍ଥାପନ ପୂର୍ବରୁ ଏଣ୍ଡିଜ୍ ପର୍ବତର ଏକ ଉଚ୍ଚ ସ୍ଥାନରେ ଇଂକା ମହିଳାଙ୍କୁ ବଳି ଦିଆଯାଇଥିଲା। ତେବେ ପାହାଡ଼ର ବାତାବରଣରେ ଉକ୍ତ ମହିଳାଙ୍କର ମୃଦଦେହ ସୁରକ୍ଷିତ ରହିଥିବା ଜଣାଯାଇଛି। ପାଖାପାଖି ୫୦୦ ବର୍ଷ ପରେ ଲା ଡୋଂସେଲାଙ୍କର ଶବ ବରଫରୁ ମିଳିଛି।
େଓାତ୍ଜୀ: ଇତାଲିର ସାଉଥ୍ ଟେୟରୋଲ୍ରେ ଥଣ୍ଡା କାରଣରୁ େଓାତ୍ଜୀଙ୍କର ମୃତଦେହ ସୁରକ୍ଷିତ ଅବସ୍ଥାରେ ରହିଛି। ଏହା ଖ୍ରୀଷ୍ଟପୂର୍ବ ୩୩୫୯ରୁ ୩୧୦୫ ମଧ୍ୟର ଅଟେ। ଏହା ହେଉଛି ୟୁରୋପର ସବୁଠୁଁ ପୂରାତନ ମମି। ଏହି ଶବ ପରିଧାନ କରିଥିବା ବସ୍ତ୍ରଟି ଘାସ ଓ ଚମଡ଼ାରେ ପ୍ରସ୍ତୁତ। ଶବ ପାଖରେ ଗୋଟେ କୁରାଢ଼ି, ଛୁରି, ତରକସ ଏବଂ ହାତ ମୁଠାରୁ ଏକ କୋଳି ମଧ୍ୟ ମିଳିଛି।