ସୁରଟ: ଆପଣ ଅନେକ କରୋନା ଯୋଦ୍ଧାଙ୍କ ବିଷୟରେ ଶୁଣିଥିବେ। ମାତ୍ର ୫୧ ବର୍ଷିଅ ବୟସ୍କ ଅବ୍ଦୁଲ୍ ମାଲାବରି ହେଉଛନ୍ତି ଟିକେ ନିଆରା ଯୋଦ୍ଧା। ତାଙ୍କ କାହାଣୀ ବେଶ୍ ପ୍ରେରଣାଦାୟୀ। ଯେତେବେଳେ କରୋନା ଭାଇରସ୍କୁ ଭୟ କରି ଲୋକେ ବାହାରକୁ ବାହାରିବା ବନ୍ଦ କରି ଦେଇଛନ୍ତି ସେହି ସମୟରେ କରୋନା ଭାଇରସ୍ ହେତୁ ପ୍ରାଣ ହରାଉଥିବା ଆକ୍ରାନ୍ତଙ୍କ ଶବଦାହ କରି ଚର୍ଚ୍ଚା ପାଲଟିଛନ୍ତି ମାଲାବାରି।
କରୋନା ହେତୁ କାହାର ମୃତ୍ୟୁ ଘଟିଲେ ସଙ୍ଗେ ସଙ୍ଗେ ଫୋନ୍ ଆସେ ମାଲାବରିଙ୍କ ପାଖକୁ। ସେ କାଳ ବିଳମ୍ବ ନକରି କିଟ୍ ପିନ୍ଧି ବାହାରି ପଡ଼ନ୍ତି ଶବଦାହ କରିବାକୁ। ସେ କହନ୍ତି କି ତାଙ୍କ କାମରେ କିଛି ନିର୍ଦ୍ଦିଷ୍ଟତା ନାହିଁ। କଲ୍ ଆସିବା ମାତ୍ରେ ସେ ବାହାରି ପଡ଼ନ୍ତି ଶବଦାହ କରିବାକୁ। ଆପଣ ଜାଣିରଖନ୍ତୁ ଯେ ମାଲାବରି ପୂର୍ବରୁ ମଧ୍ୟ ବହୁ ଅଚିହ୍ନା ଶବଦାହ କରିଛନ୍ତି। ମାତ୍ର ଏପରି କରୋନା ଆକ୍ରାନ୍ତଙ୍କ ଶବଦାହ ଦାୟିତ୍ବ ବି ତାଙ୍କୁ ଦିଆହେବ ବୋଲି ସେ କେବେ ଭାବିନଥିଲେ ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଏବେ ସୁଦ୍ଧା ସହରରେ ୨୪୪ ସକ୍ରିୟ କରୋନା ଆକ୍ରାନ୍ତ ଥିବା ବେଳେ ୧୯ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୂରା ଗୁଜୁରାଟରେ ୩,୫୪୮।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/111978152_whatsubject.jpg)