ଦେଖନ୍ତୁ କିପରି ପାଣିରେ ଆମଲେଟ ତିଆରି କରୁଛନ୍ତି ଷ୍ଟ୍ରିଟ୍ ଫୁଡ ବିକ୍ରେତା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ଷ୍ଟ୍ରିଟ୍ ଫୁଡ ବିକ୍ରେତା ତେଲ ଏବଂ ବଟର ବିନା ଆମଲେଟ ତିଆରି କରୁଥିବା ଦେଖିବାକୁ ମିଳୁଛି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ଷ୍ଟ୍ରିଟ୍ ଫୁଡ ବିକ୍ରେତା ପାଣିରେ ଆମଲେଟ ତିଆରି କରୁଛନ୍ତି।

ସ୍ବାସ୍ଥ୍ୟକୁ ନେଇ ଆଜିକାଲି ଲୋକ ଅଧିକ ଯତ୍ନଶୀଳ ହୋଇଯାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଷ୍ଟ୍ରିଟ୍ ଫୁଡ ବିକ୍ରେତା ଏଭଳି ଆମଲେଟ ପ୍ରସ୍ତୁତ କରୁଛନ୍ତି।  ଆଜିକାଲି ଲୋକମାନେ ସେମାନଙ୍କର ଜୀବନଶୈଳୀ ଏବଂ ବ୍ୟସ୍ତବହୁଳ କାର୍ଯ୍ୟ ହେତୁ ତେଲମୁକ୍ତ ଖାଦ୍ୟ ପସନ୍ଦ କରୁଛନ୍ତି। ଏହି କାରଣରୁ ପାଣିରେ ତିଆରି ଆମଲେଟ ଭିଡିଓ ଇଣ୍ଟରନେଟରେ ଦିନକୁଦିନ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ କିପରି ପାଣିରେ ଆମଲେଟ୍ ତିଆରି ହୋଇପାରୁଛି।

ଭାଇରାଲ ହେଉଥିବା ଭିଡିଓ ଦିଲ୍ଲୀର। ଭିଡିଓରେ ଆପଣ ଦେଖିପାରିବେ ଯେ ଦିଲ୍ଲୀର ଜଣେ ଷ୍ଟ୍ରିଟ୍ ବିକ୍ରେତା ପାଣିରେ ଅମଲେଟ୍ ତିଆରି କରୁଛନ୍ତି । ଆପଣ ଦେଖିପାରିବେ ଯେ ଦୁଇଟି ଅଣ୍ଡାର ଅମଲେଟ୍ ତିଆରି କରିବା ପାଇଁ କଟା ପିଆଜ, ଲୁଣ, ଲଙ୍କା ଏବଂ ମସଲା ମିଶାଇ ପ୍ରଥମେ ଏହାକୁ ସେ ଫେଣ୍ଟୁଛନ୍ତି। ଏହା ପରେ ଏକ ପ୍ୟାନରେ ପାଣି ପକାଇ ସେ ଆମଲେଟ ପ୍ରସ୍ତୁତ କରୁଛନ୍ତି।

ଭିଡିଓଟି ୟୁଟ୍ୟୁବ୍ ଚ୍ୟାନେଲ ଆର ହୁ ହଙ୍ଗ୍ରିରେ ଅପଲୋଡ୍ ହୋଇଛି । ଭିଡିଓଟି ଏପର୍ଯ୍ୟନ୍ତ ୧୨ ହଜାରରୁ ଅଧିକ ଭ୍ୟୁ ମିଳିଛି।

ସମ୍ବନ୍ଧିତ ଖବର