ସବୁଠାରୁ ଅଧିକ ପର୍ଣ୍ଣ ଦେଖୁଥିବା ଲୋକଙ୍କ ସଂଖ୍ୟାରେ ଭାରତର ସ୍ଥାନ ତୃତୀୟ

ଇଣ୍ଟରନେଟର ସବୁଠାରୁ ବଡ଼ ପର୍ଣ୍ଣୋଗ୍ରଫି ସାଇଟ୍‌ ପର୍ଣ୍ଣହବ୍‌ର ସୂଚନା ଅନୁଯାୟୀ ୨୦୧୮ରେ ତାର ସାଇଟରେ ମୋଟ ୩୩.୫ ବିଲିଅନ୍‌ ଅର୍ଥାତ୍‌ ୩ ହଜାର ୩୦୦ କୋଟି ଲୋକେ ପର୍ଣ୍ଣ ଫିଲ୍ମ ଦେଖିଛନ୍ତି। ଏ ବର୍ଷ ନଭେମ୍ବର ଶେଷ ସୁଦ୍ଧା ଗତ ବର୍ଷ ଏହି ସମୟ ତୁଳନାରେ ୫ ବିଲିଅନରୁ ଅଧିକ ଲୋକ ଦେଖିଛନ୍ତି। ଅର୍ଥାତ୍‌ ୯ କୋଟି ୨୦ ଲକ୍ଷ ଲୋକ ଅଧିକ ଦେଖିଛନ୍ତି। ଆପଣ ଜାଣି ବିସ୍ମିତ ହେବେ ଯେ ଏହି ଲୋକଙ୍କ ସଂଖ୍ୟା ପୋଲାଣ୍ଡ, କାନାଡା ଓ ଅଷ୍ଟ୍ରେଲିଆ ଭଳି ତିନି ଦେଶର ଜନସଂଖ୍ୟା ସହିତ ସମାନ।

ପର୍ଣ୍ଣହବର ସୂଚନା ଅନୁଯାୟୀ ସବୁଠାରୁ ଅଧିକ ଆମେରିକୀୟ ଏହି ସାଇଟକୁ ଆସିଥାନ୍ତି। ତା’ପରେ ଇଂଲଣ୍ଡ ଓ ତୃତୀୟ ସ୍ଥାନରେ ରହିଛି ଭାରତ। ୭୦ ପ୍ରତିଶତ ଭାରତୀୟ ପୁରୁଷ ପର୍ଣ୍ଣ ଦେଖନ୍ତି ଓ ୩୦ ପ୍ରତିଶତ ଭାରତୀୟ ମହିଳା ଇଣ୍ଟରନେଟରେ ପର୍ଣ୍ଣ ଦେଖୁଥିବାର ଏଥିରେ କୁହାଯାଇଛି। ଗତବର୍ଷ ଭାରତୀୟ ମହିଳାମାନଙ୍କର ପ୍ରତି ହାର ୨୬ ପ୍ରତିଶତ ଥିଲା, ତେବେ ସାରା ବିଶ୍ୱରେ ପ୍ରାୟ ୯ ପ୍ରତିଶତ ମହିଳା ପର୍ଣ୍ଣ ଦେଖନ୍ତି ବୋଲି ଏଥିରେ କୁହାଯାଇଛି।

ସମ୍ବନ୍ଧିତ ଖବର