ଭାରତରେ ୧୬ କୋଟି ଲୋକ ମଦ୍ୟପାନ କରନ୍ତି: ସର୍ଭେ

ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ କରାଯାଇଥିବା ଏକ ସର୍ଭେକ୍ଷଣ ଅନୁଯାୟୀ ଭାରତର ପ୍ରାୟ ୧୬ କୋଟି ଲୋକ ମଦ୍ୟପାନ କରିଥାନ୍ତି।ଏହି ସର୍ଭେରେ ଆହୁରି ମଧ୍ୟ କୁହାଯାଇଛି ଯେ ମଦ୍ୟପାନ କରୁଥିବା ଲୋକଙ୍କ ବୟସ ୧୦ ରୁ ୭୫ ବର୍ଷ। ଏଥିରେ ଆହୁରି ମଧ୍ୟ ମଧ୍ୟ ଏକ ତଥ୍ୟ ସାମ୍ନାକୁ ଆସିଛି ଯେ ଭାରତର ଛତିଶଗଡ,ତ୍ରିପୁରା,ପଞ୍ଜାବ,ଅରୁଣାଚଳ ପ୍ରଦେଶ ଓ ଗୋଆରେ ସବୁଠାରୁ ଅଧିକ ମଦ୍ୟ ବ୍ୟବହୃତ ହୋଇଥାଏ।

ମଦପରେ ଭାଙ୍ଗ ସେବନକୁ ଦେଶରେ ଅନେକ ପ୍ରାଧାନ୍ୟ ଦିଆଯାଉଥିବା କଥା ଜଣାଯାଇଛି। ମଦ୍ୟପାନ କରୁଥିବା ପ୍ରତି ୩୮ଜଣଙ୍କ ମଧ୍ୟରୁ ଜଣେ କୌଣସି ନା କୌଣସି ରୋଗ ଦ୍ୱାରା ପୀଡ଼ିତ ବୋଲି ଜଣାଯାଇଛି। କେନ୍ଦ୍ରୀୟ ସାମାଜିକ ନ୍ୟାୟ ଏବଂ ଅଧିକାରିତା ମନ୍ତ୍ରାଳୟ ଓ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ର ମିଳିତ ଆନୁକୂଲ୍ୟରେ ଏହି ସର୍ଭେ କରାଯାଇଥିଲା। ଏଥିରେ ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୮୩ଟି ଜିଲ୍ଲାକୁ ସାମିଲ କରାଯାଇଥିଲା। ଦେଶର ଜନସଂଖ୍ୟାର ୧୪.୬ ପ୍ରତିଶତ ବ୍ୟକ୍ତି ମଦ୍ୟପାନ କରନ୍ତି ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର