ନୂଆଦିଲ୍ଲୀ: ଅନେକ ଦିନ ଧରି ବିବାଦରେ ରହିଛନ୍ତି ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ବିରାଟ କୋହଲି। ଅଧିନାୟକ ପଦରୁ ଇସ୍ତଫା ଦେବା ପରଠାରୁ ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ତାଙ୍କ ବ୍ୟକ୍ତିଗତ ଏବଂ ପେସାଦାର ଜୀବନ ପାଇଁ ସେ ଚର୍ଚ୍ଚାରେ ରହିଥିବା ବେଳେ ଏବେ ସେ କରିଥିବା କାମ ତାଙ୍କୁ ପ୍ରଶଂସାର ପାତ୍ର ବନାଇଛି। ଜଣେ ଦିବ୍ୟାଙ୍ଗ ପ୍ରଶଂସକଙ୍କ ପ୍ରତି ସେ ଯେଭଳି ବ୍ୟବହାର କରିଥିଲେ ଏବଂ ତାଙ୍କୁ ଯେମିତି ସମ୍ମାନ ଦେଇଥିଲେ, ତାହା ଏବେ ବିରାଟଙ୍କୁ ପ୍ରଶଂସାର ପାତ୍ର ବନାଇଛି।
ରବିବାର ଦିନ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ସମାପ୍ତି ପରେ ୩୩ ବର୍ଷୀୟ ବ୍ୟାଟ୍ସମ୍ୟାନ ବିିରାଟ ତାଙ୍କ ଜର୍ସିକୁ ଧରମବୀର ପାଲ ନାମକ ଜଣେ ପ୍ରଶଂସକଙ୍କୁ ଉପହାର ଦେଇଥିବା ଜଣାପଡ଼ିଛି। ଏହା ଭାଇରାଲ ହେଉଥିବା ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଇପାରୁଛି। ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ମୋହାଲିରେ ବସରେ ଚଢ଼ିବା ପୂର୍ବରୁ ବିରାଟ ଧରମବୀରଙ୍କୁ ନିଜ ଜର୍ସି ଦେଇଥିଲେ। ଧରମବୀର ହେଉଛନ୍ତି ଭାରତୀୟ ଦଳର ଅଣଆନୁଷ୍ଠାନିକ ଦ୍ବାଦଶ ଖେଳାଳି। ଭାରତର ପ୍ରତ୍ୟେକ ମ୍ୟାଚ୍ରେ ତାଙ୍କୁ ଦେଖିବାକୁ ମିଳିଥାଏ। କୋହଲି ଦଳୀୟ ବସ୍ରେ ଫେରୁଥିବା ବେଳେ ଧରମବୀରଙ୍କୁ ଟି-ସାର୍ଟ ଉପହାର ଦେଉଥିବାର ଏହି ଭିଡିଓ ଏବେ ଭାଇରାଲ ହେବାକୁ ଲାଗିଛି। ଧରମବୀର ଏହି ଭିଡିଓକୁ ଟ୍ବିଟ୍ କରିବା ସହ ଏହାର କ୍ୟାପସନରେ ଲେଖିଛନ୍ତି, ‘ୱା, ଏହା ମୋ ଜୀବନର ଶ୍ରେଷ୍ଠତମ ଦିନ, କୋହଲି ତାଙ୍କ ୧୦୦ତମ ଟେଷ୍ଟ୍ ମ୍ୟାଚ୍ରେ ମୋତେ ଟି-ସାର୍ଟ ଉପହାର ଦେଇଛନ୍ତି।’
Wow it's great day my life @imVkohli he's 100th test match he's gifts me t shirts wow 😲 #viratkholi #ViratKohli100thTest #KingKohli pic.twitter.com/mxALApy89H
— dharamofficialcricket (@dharmveerpal) March 6, 2022
ତେବେ ଦୁଇ ବର୍ଷ ମଧ୍ୟରେ ଶତକ ହାସଲ କରି ନଥିବା କୋହଲି ୧୦୦ତମ ଟେଷ୍ଟରେ କେବଳ ୪୫ରନ୍ କରି ପାରିଥିଲେ।