ନୂଆଦିଲ୍ଲୀ: ୧୯୩୨ ଅକ୍ଟୋବର ୮ ତାରିଖରେ ଭାରତୀୟ ବାୟୁ ସେନା ପ୍ରତିଷ୍ଠିତ ହୋଇଥିଲା। ଏହା ମାତ୍ର ଗୋଟିଏ ସ୍କ୍ୱାର୍ଡ୍ନକୁ ନେଇ ‘ବ୍ରିଟିସ୍ ରୟାଲ୍ ଏୟାର୍ ଫୋର୍ସ୍’ର ଏକ ସାଧାରଣ ଶାଖା ଭାବେ ଆରମ୍ଭ ହୋଇଥିଲା। ପ୍ରଥମ ସ୍କ୍ୱାର୍ଡ୍ନ ନାମିତ ହୋଇଥିଲା- ‘ନମ୍ବର୍ ୱାନ୍ ସ୍କ୍ୱାର୍ଡ୍ନ’। ଏଥିରେ ଚାରିଟି ୱେଷ୍ଟ୍ଲ୍ୟାଣ୍ତ୍ ୱାପିଟି ବାଇପ୍ଲେନ୍ ସାମିଲ କରାଯାଇଥିଲା। ଫ୍ଲାଇଟ୍ ଲେଫ୍ଟନାଣ୍ଟ୍ ସେସିଲ୍ ବାଉଚର୍ଙ୍କ ନେତୃତ୍ୱରେ ଏଥିରେ ଯୋଗଦେଇଥିଲେ ପାଞ୍ଚ ଜଣ ଭାରତୀୟ ପାଇଲଟ୍। ୧୯୩୮ ପର୍ଯ୍ୟନ୍ତ ଏହା ଅପରିବର୍ତ୍ତିତ ଥିଲା। କର୍ମଚାରୀଙ୍କ ସ˚ଖ୍ୟା ବଢ଼ାଯାଇ ନ ଥିଲା। କେବଳ ଆଉ ଦୁଇଟି ବିମାନ ଯୋଗ କରାଯାଇଥିଲା। ୧୯୪୩ରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ସ୍କ୍ୱାର୍ଡ୍ନ ସ˚ଖ୍ୟା ସାତକୁ ଏବ˚ ୧୯୪୫ରେ ନଅକୁ ବଢ଼ାଯାଇଥିଲା। ଦ୍ୱିତୀୟ ବିଶ୍ୱ ଯୁଦ୍ଧ କାଳରେ ଏହାର ଉଲ୍ଲେଖନୀୟ ସଫଳତା ଦେଖି ତତ୍କାଳୀନ ବ୍ରିଟିଶ୍ ରାଜା ଷଷ୍ଠ ଜର୍ଜ୍ ଏହାକୁ ପୁନର୍ନାମିତ କରିଥିଲେ- ‘ରୟାଲ୍ ଇଣ୍ତିଆନ୍ ଏୟାର୍ ଫୋର୍ସ୍’। ୧୯୪୭ରେ ସ୍ୱାଧୀନତା ବେଳକୁ ଏହାର ଯେଉଁ ତିନିଟି ସ୍କ୍ୱାର୍ଡ୍ନ ପାକିସ୍ତାନରେ ରହିଯାଇଥିଲା, ତାହାକୁ ସେଠାରେ ରହିବା ପାଇଁ ଛାଡ଼ିଦିଆଯାଇଥିଲା। ୧୯୫୦ରେ ଭାରତ ଗଣତନ୍ତ୍ର ହେବା ପରେ ‘ରୟାଲ୍ ଇଣ୍ତିଆନ୍ ଏୟାର୍ ଫୋର୍ସ୍’ରୁ ‘ରୟାଲ୍’ ଶବ୍ଦଟି ବାଦ୍ଦିଆଯାଇଥିଲା। ସ˚ପ୍ରତି ଏହାର ଆକାର ବେଶ୍ ବଡ଼। ୨୦୧୭ ସୁଦ୍ଧା କର୍ମଚାରୀ ସ˚ଖ୍ୟା ୧୩୯,୫୭୬; ବିମାନ ସଂଖ୍ୟା- ୧୭୪୮ରୁ ଅଧିକ। ଆକାର ଏବ˚ କ୍ଷମତା ଦୃଷ୍ଟିରୁ ଏହା ବିଶ୍ୱରେ ଚତୁର୍ଥ ବୃହତ୍ତମ ବାୟୁସେନା।