ଆମେରିକାରେ କୋଟି କୋଟି ଟଙ୍କା ଦରମା ପାଉଥିବା ଭାରତୀୟ ସିଇଓ 

ସୁନ୍ଦର ପିଚାଇ: ଆମେରିକାର ସବୁଠାରୁ ଅଧିକ ଦରମା ନେଉଥିବା ସିଇଓ ହେଉଛନ୍ତି ସୁନ୍ଦର ପିଚାଇ। ବର୍ତ୍ତମାନ ପିଚାଇ ଗୁଗୁଲ୍‌ଠାରୁ ବାର୍ଷିକ ୧୯୯ ମିଲିୟନ୍‌ ନେଉଛନ୍ତି। ପିଚାଇ ଆଇଆଇଟି ଖଡ଼ଗପୁରର ଛାତ୍ର ଥିଲେ।


ଇନ୍ଦ୍ରା ନୁଇ: ସେ ହେଉଛନ୍ତି ପେପ୍‌ସିକୋର ଅଧ୍ୟକ୍ଷା ଏବଂ ସିଇଓ। ୨୦୧୪ ମସିହା ରିପୋର୍ଟ ଅନୁସାରେ ତାଙ୍କର ବାର୍ଷିକ ଆୟ ୧୪୪ ମିଲିୟନ୍‌ ଡଲାର ଥିଲା। ୨୦୦ ଅଧିକ ଦରମା ନେଉଥିବା ସିଇଓଙ୍କ ମଧ୍ୟରେ ଇନ୍ଦ୍ରା  ଅଛନ୍ତି।


ଅଜୟପାଲ ସିଂହ ବାଙ୍ଗା: ସେ ମାଷ୍ଟର୍‌କାର୍ଡର ପ୍ରେସିଡେଣ୍ଟ୍‌ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ। ବାଙ୍ଗାଙ୍କ ଦରମା ବାର୍ଷିକ ୧ ମିଲିୟନ୍‌ ଡଲାର। ଏଥିସହିତ ୪.୩ ମିଲିୟନ୍‌ ଡଲାର ଷ୍ଟକ୍‌ ଆଓ୍ଵାର୍ଡ, ୪.୨ ମିଲୟନ୍‌ ଡଲାର ବିକଳ୍ପ ଏବଂ ଅନ୍ୟ ସମସ୍ତ ସୂତ୍ରରୁ ୨.୫ ମିଲିୟନ୍‌ ଡଲାର ଆୟ କରିଛନ୍ତି।


ସତ୍ୟ ନେଡେଲା: ସତ୍ୟ ନେଡେଲା ହେଉଛନ୍ତି ମାଇକ୍ରୋସଫ୍ଟର ସିଇଓ ଏବଂ ନିର୍ଦ୍ଦେଶକ। ତାଙ୍କର ଦରମା ୧,୨୦୦,୦୦ ଡଲାର। ବୋନସର ପରିମାଣ ୪,୪୬୪, ୦୦୦ ଡଲାର। ୧୨,୦୧୩,୯୨୭ ଡଲାର ହେଉଛି ତାଙ୍କର ପୁରସ୍କାର ରାଶି ଏବଂ ଅନ୍ୟାନ୍ୟ ରାଶି ମିଶି ୧୪, ୧୦୪ ଡଲାର। ତେବେ ତାଙ୍କର ସଂପୂର୍ଣ୍ଣ ଦରମା ହେଉଛି ୧୮ ମିଲିୟନ୍‌ ଡଲାର।


ଶାନ୍ତନୁ ନାରାୟଣ: ଶାନ୍ତନୁ ନାରାୟଣ ହେଉଛନ୍ତି ଆଡବ ସିଷ୍ଟମର ସିିଇଓ। ତାଙ୍କର ବାର୍ଷିକ ଦରମା ୮୭୫,୦୦୦ ଡଲାର।


ଦିନେଶ ସି ପାଲିଓ୍ଵାଲ୍‌: ଦିନେଶ ହେଉଛନ୍ତି ହର୍ମନ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଇଣ୍ଡଷ୍ଟ୍ରିର ସିିଇଓ। ତାଙ୍କର ବାର୍ଷିକ ଦରମା ୧୩,୧୨୩,୬୩୫ ଡଲାର।


ସୂର୍ଯ୍ୟ ଏନ୍‌ ମହାପାତ୍ର: ସୂର୍ଯ୍ୟ ଏନ୍‌ ମହାପାତ୍ର ହେଉଛନ୍ତି କଞ୍ଜିଜାଣ୍ଟ୍‌ ଟେକ୍‌ ସଲ୍ୟୁସନ୍‌ର ସିିଇଓ। ତାଙ୍କର ବାର୍ଷିକ ଦରମା ୮,୨୫୬,୬୪୦ ଡଲାର। 
ସଞ୍ଜୟ ମେହେରୋତ୍ରା: ସେ ହେଉଛନ୍ତି ସ୍ୟାନ୍‌ଡିକ୍ସ କ୍ରପ୍‌ର ସହ ନିର୍ମାତା, ପ୍ରେସିଡେଣ୍ଟ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ। ତାଙ୍କର ବାର୍ଷିକ ଦରମା ୧୦.୬୩ ମିଲିୟନ୍‌ ଡଲାରରୁ ଊର୍ଧ୍ୱ।

ସମ୍ବନ୍ଧିତ ଖବର